ଆଜି ମଧ୍ୟ ଶ୍ରୀମନ୍ଦିର ସୁରକ୍ଷାର ଯାଞ୍ଚ କରୁଛନ୍ତି ଏନ୍‌ଏସ୍‌ଜି ଟିମ୍, ଡ୍ରୋନ୍‌ ଉଡାଇ କରାଯାଇଛି ଫଟୋ ଉତ୍ତୋଳନ

ପୁରୀ: ଆଜି ମଧ୍ୟ ଶ୍ରୀମନ୍ଦିର ସୁରକ୍ଷାର ଯାଞ୍ଚ କରୁଛନ୍ତି ଏନ୍‌ଏସ୍‌ଜି ଟିମ୍‌ । ଗତକାଲି ଏନ୍‌ଏସ୍‌ଜି ପକ୍ଷରୁ ଶ୍ରୀମନ୍ଦିର ଚତୁପାର୍ଶ୍ୱର ଯାଞ୍ଚ କରାଯାଇଥିଲା । ଡ୍ରୋନ୍‌ ଉଡାଇ ଫଟୋ ଉତ୍ତୋଳନ ହୋଇଥିଲା । ଏହା ପରେ ଆଜି ଭୋରରୁ ଏନ୍‌ଏସ୍‌ଜିର ତିନି ଜଣିଆ ଟିମ୍‌ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ ।

ଏଥିରେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ କୌସିକ୍‌ ନାୟକ ସହଯୋଗ କରିଥିଲେ । ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ପ୍ରାଚୀର ନିର୍ମାଣ ସଂପର୍କରେ ଏନ୍‌ଏସ୍‌ଜି ଟିମ୍‌କୁ ଅବଗତ କରାଯାଇଛି । ଏବେ ଶ୍ରୀମନ୍ଦିର ସୁରକ୍ଷା ନେଇ କିପରି ବ୍ୟବସ୍ଥା କରାଯାଇଛି ଓ ଆଗକୁ ସୁରକ୍ଷା ପ୍ରାଚୀର ନିର୍ମାଣ ହେଲେ କିଭଳି ସୁରକ୍ଷା ରହିବ, ତା ଉପରେ ଆଲୋଚନା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.