Below header

ଲଟେରୀ ନାଁରେ ଠକେଇ ଘଟଣାର ପର୍ଦ୍ଦାଫାସ୍‌: ଅଭିଯୁକ୍ତକୁ ନେପାଳ ବୋର୍ଡରରୁ ଗିରଫ କରି ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିଛି ଝାରସୁଗୁଡା ପୋଲିସ୍

ଝାରସୁଗୁଡା : ଲଟେରୀ ନାଁରେ ଠକେଇ ଘଟଣାର ପର୍ଦ୍ଦାଫାସ୍‌ । ଅଭିଯୁକ୍ତକୁ ନେପାଳ ବୋର୍ଡରରୁ ଗିରଫ କରି ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିଛି ଝାରସୁଗୁଡା ପୋଲିସ । ଗିରଫ ଅଭିଯୁକ୍ତ ବିହାରର ନିରଜ କୁମାର । ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଅଧିକ ତଦନ୍ତ କରୁଛି ପୋଲିସ। ଅଭିଯୋଗ ଅନୁଯାୟୀ, ଗତ ୨୩ ତାରିଖରେ ବେଲପାହାଡ଼ ଗାନ୍ଧିନଗରର ଯୁବତୀ ନିତା ଛତରଙ୍କ ନିକଟକୁ ଏକ ଫୋନ କଲ ଆସିଥିଲା।

ନିଜକୁ କନ୍‌ ବନେଗା କରୋଡପତି ସଦସ୍ୟ ପରିଚୟ ଦେଇ ଯୁବତୀ ଜଣକ ୩୫ ଲକ୍ଷର ଲଟେରୀ ଜିତିଛନ୍ତି ବୋଲି କହିଥିଲେ। ଟ୍ୟାକ୍ସ ପାଇଁ ୧୮ ହଜାର ଆକାଉଣ୍ଟକୁ ପଠାଇବାକୁ କହିଥିଲା ଅଭିଯୁକ୍ତ । ପୁଣି ୨୪ ତାରିଖରେ ପ୍ରଥମେ ୩୫ ହଜାର, ପରେ ୩୧ ହଜାର ଓ ୫ ହଜାର ଟଙ୍କା ଜମା କରିବାକୁ କହିଥିଲା ସାଇବର ଠକ । ଯୁବତୀ ଜଣକ ସମସ୍ତ ଟଙ୍କା ପୈଠ କରିଥିଲେ । ପରେ ଅଭିଯୁକ୍ତ ଯୁବତୀଙ୍କୁ ହ୍ଵାଟସ୍‌ଆପକୁ ଚେକ୍‌ ପଠାଇଥିଲା।

ପରେ ପୁଣି ୨୫ ତାରିଖରେ ୪୦ ହଜାର ପୈଠ କରିଥିଲେ ଯୁବତୀ। ପୁଣି ୨୬ ତାରିଖରେ ସାଇବର ଠକ ଟଙ୍କା ମାଗିବାରୁ ଦେଇନଥିଲେ । ଏହାପରେ ଲଟେରୀ ଟଙ୍କା ଦେବାକୁ ମନା କରିଥିଲା ଅଭିଯୁକ୍ତ । ଏନେଇ ଯୁବତୀ ଜଣକ ବ୍ରଜରାଜନଗର ଥାନାରେ ଅଭିଯୋଗ କରିଥିଲେ। ବ୍ରଜରାଜନଗର ଏସଡିପିଓ ଦୀଲିପ ଦାସଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ମୋବାଇଲ ନମ୍ବର ଟ୍ରେସ କରି ଅଭିଯୁକ୍ତକୁ ଗିରଫ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.