Below header

ନୂଆ କୃଷି ଆଇନ ବିରୋଧରେ ତେଜିଲା ଆନ୍ଦୋଳନ, ମାର୍ଚ୍ଚ ୨୬ରେ କୃଷକ ସଂଗଠନର ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ: କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ତେଜିଲା ଆନ୍ଦୋଳନ । ମାର୍ଚ୍ଚ ୨୬ରେ ଭାରତ ବନ୍ଦ ଡାକରା ଦେଲେ ବିଭିନ୍ନ କୃଷକ ସଂଗଠନ । ଗତକାଲି ବିଭିନ୍ନ କୃଷକ ସଂଗଠନ ସହ ଦେଶର ବିଭିନ୍ନ ଶ୍ରମିକ ଓ ଟ୍ରାନ୍‌ସପୋର୍ଟ ସଂଗଠନର ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ୨୬ ମାର୍ଚ୍ଚରେ ଭାରତ ବନ୍ଦ ନେଇ ଚର୍ଚ୍ଚା ହୋଇଥିବା ଜଣାପ଼ଡିଛି ।

କୃଷି ଆଇନ ପ୍ରତ୍ୟାହାର ଦାବିରେ ଗତ ୪ ମାସ ଧରି ଦିଲ୍ଲୀ ସୀମାରେ ବିଭିନ୍ନ କୃଷକ ସଂଗଠନ ଆନ୍ଦୋଳନ ଚଳାଇ ଆସିଛନ୍ତି । ମାର୍ଚ୍ଚ ୨୬ରେ ଚକ୍କା ଜାମ କରି ଶକ୍ତି ପ୍ରଦର୍ଶନ କରିବେ । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ହେବାକୁ ବନ୍ଦରେ ତୈଳ ଓ ଗ୍ୟାସ ଦର ବୃଦ୍ଧି, ବିଭିନ୍ନ ସରକାରୀ ଉଦ୍ୟୋଗର ଘରୋଇ କରଣ ଆଦି ପ୍ରତିବାଦରେ ମଧ୍ୟ ବନ୍ଦ ପାଳନ କରାଯିବ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ଘୋଷଣା କରିଛି । ସେପଟେ ଗ୍ରୀଷ୍ମ ଯୋଗୁଁ ତାପମାତ୍ରା ବୃଦ୍ଧି ପାଇଥିବାକୁ ଚାଷୀମାନେ ସଡ଼କ ଉପରେ ପକ୍କା ଘର ନିର୍ମାଣ କରିବା ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.