କଟକରେ ପୁଣି ଚିନ୍ତା ବଢାଇଲାଣି କରୋନା: ଏକ ଘରୋଇ ସାଇନ୍‌ସ କଲେଜରୁ ୧୨ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ

କଟକ: କଟକରେ ପୁଣି ଚିନ୍ତା ବଢାଇଲାଣି କରୋନା। ଏକ ଘରୋଇ ସାଇନ୍‌ସ କଲେଜରୁ ୧୨ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସିଏମ୍‌ସି ପକ୍ଷରୁ ସମସ୍ତ ଆକ୍ରାନ୍ତଙ୍କୁ କଲେଜ ହଷ୍ଟେଲ ପରିସରରେ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି।

ଆକ୍ରାନ୍ତଙ୍କଠାରେ ଲକ୍ଷଣ ଦେଖାଯିବା ପରେ କରୋନା ଟେଷ୍ଟିଂ କରାଯାଇଥିଲା। ଟେଷ୍ଟ ପରେ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଉକ୍ତ ଶିକ୍ଷାନୁଷ୍ଠାନରେ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ କରାଯିବ। ପୁରା ଅଞ୍ଚଳକୁ ସାନିଟାଇଜ୍‌ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.