Below header

ନାଇଜେରିଆରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳି ଚାଳନା, ୫୮ ଲୋକଙ୍କ ମୃତ୍ୟୁ

ନିୟାମେ :  ନାଇଜେରିଆର ଏକ ବଜାରରେ ମୋଟର ସାଇକେଲ୍‌ରେ ଯାଉଥିବା କିଛି ବନ୍ଧୁକଧାରୀ ବ୍ୟକ୍ତି ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରିବା ଯୋଗୁ ପ୍ରାୟ ୫୮ ଜଣ ଲୋକଙ୍କର ପ୍ରାଣହାନି ଘଟିଛି । ନାଇଜେରିଆ ସରକାର ସୋମବାର ଏହି ଅଘଟଣ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ଏ ଆକ୍ରମଣ ସମ୍ପର୍କରେ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନାହାଁନ୍ତି । ହେଲେ ତିଲ୍ଲାବେରା ଇଲାକାରେ ‘ଇସ୍‌ଲାମିକ୍‌ ଷ୍ଟେଟ୍‌ ଇନ୍‌ ଦି ଗ୍ରେଟର ସହାରା’ ଗୋଷ୍ଠୀର କିଛି ଆତଙ୍କବାଦୀ ସାଧାରଣ ଲୋକଙ୍କ ଉପରେ ଏପରି ବାରମ୍ବାର ଆକ୍ରମଣ କରିଥାନ୍ତି ।

ମାଲି ଓ ନାଇଜେରିଆ ସୀମା ନିକଟ ବାନୀବଂଗୋଉର ମୟେଶିଓଁ ର ଏକ ବଡ଼ ବଜାରରୁ ଲୋକେ ଫେରୁଥିବା ବେଳେ ସନ୍ଧିଗ୍ଧ ଆତଙ୍କବାଦୀମାନେ ଏହି ଲୋକଙ୍କ ଉପରେ ଆକ୍ରମଣ କରିଦେବା ସହ ପାଖରେ ଥିବା ଖାଦ୍ୟ ଭଣ୍ଡାରରେ ନିଆଁ ଲଗାଇଦେଇଥିଲେ । ଏ ସମ୍ପର୍କରେ ନାଇଜେରିଆ ସରକାରଙ୍କ ପ୍ରବକ୍ତା ଅବ୍‌ଦୋ ରହମାନ୍‌ ଟିଭି ମାଧ୍ୟମରେ ସୂଚନା ଦେଇଛନ୍ତି ।

ଆତଙ୍କବାଦୀଙ୍କ ଆକ୍ରମଣରେ ମୃତ ଲୋକଙ୍କ ପାଇଁ ସରକାର ୩ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ଏହାପୂର୍ବରୁ ଜାନୁଆରୀ ମାସରେ ତିଲ୍ଲାବେରା ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ ୧୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣ ପାଇଁ ମଧ୍ୟ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.