ଜଳେଶ୍ୱର: ଚୋରି ଅଭିଯୋଗରେ ଯୁବକକୁ ରଶିରେ ବାନ୍ଧି ନିର୍ଧୁମ ଛେଚିଲେ ଲୋକେ

ଜଳେଶ୍ୱର: ଚୋରି ଅଭିଯୋଗରେ ଯୁବକକୁ ରଶିରେ ବାନ୍ଧି ନିର୍ଧୁମ ଛେଚିଲେ ଲୋକେ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ଅଞ୍ଚଳର ଏକ ଇଟା ଭାଟିରେ କେହି ନ ଥିଲା ବେଳେ ଯୁବକ ଜଣକ ଭାଟି ପାଖରେ ଥିବା ଘର ଭିତରେ ପଶି ଚୋରି କରୁଥିବା ବେଳେ ଯୁବକ ଜଣକୁ ଦେଖି ସ୍ଥାନୀୟ ଲୋକ ମାନେ ଦୌଡ଼ି ଆସି ତାକୁ ଅଟକ ରଖିଥିଲେ । ତା ପାଖରୁ ସମସ୍ତ ଚୋରି ଜିନିଷ ଜବତ କରିଥିଲେ।

ଏହି ସମୟରେ ଇଟା ଭାଟିର ମାଲିକ ପହଞ୍ଚି ଉକ୍ତ ଯୁବକର ଛାତିରେ ଏକ କାଗଜରେ ମୁଁ ଚୋର ବୋଲି ଲେଖି ଲଗେଇ ଦେବା ସହିତ ତାଙ୍କୁ ଏକ ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଇଥିଲେ। ତେବେ ଥାନାରେ ଏ ବିଷୟରେ କୌଣସି ଅଭିଯୋଗ ହୋଇ ନାହିଁ । ତେବେ ଆଜିର ସଭ୍ୟ ସମାଜରେ ରାସ୍ତା କଡରେ ରଶିରେ ବାନ୍ଧିବା ଏବଂ ମାଡ଼ ମାରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ସାଜିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.