Below header

କୋଇଲା ପରିବହନ ବନ୍ଦ ଦାବିରେ ପ୍ଲାକାର୍ଡ ଧରି ରାସ୍ତାକୁ ଓହ୍ଲାଇଲେ ସ୍କୁଲ ପିଲା

ସୁନ୍ଦରଗଡ଼ : କୋଇଲା ପରିବହନ ବନ୍ଦ ଦାବିରେ ଆନ୍ଦୋଳନ। ସୁନ୍ଦରଗଡ଼ ହେମଗିରି ବ୍ଲକ ବାଙ୍କିବାହାଲ-ଚପରିଆ ଗାଁ ରାସ୍ତାରେ ଏମ୍‌ସିଏଲ୍‌ର କୋଇଲା ପରିବହନକୁ ବିରୋଧ କରି ଆସୁଛି ଜନଶକ୍ତି ବିକାଶ ପରିଷଦ। ଏହାମଧ୍ୟରେ ଆନ୍ଦୋଳନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପୋଲିସ।

ଗତକାଲି ଗାଁଲୋକେ ରାସ୍ତା ଅବରୋଧ କରିଥିବାବେଳେ ଆଜି ସକାଳୁ ରାସ୍ତାକୁ ଓହ୍ଲାଇଛନ୍ତି ସ୍କୁଲ ପିଲା। ହାତରେ ଜୀବନଜୀବିକାର ସୁରକ୍ଷା ଓ ପ୍ରଦୂଷଣମୁକ୍ତ ଅଞ୍ଚଳ ଦାବି ଲେଖା ପ୍ଲାକାର୍ଡ ଧରି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଛତିଶଗଡ଼କୁ କୋଇଲା ପରିବହନ ବନ୍ଦ ରହିଛି। କୋଇଲା ପରିବାହନ ପାଇଁ ଏମ୍‌ସିଏଲ୍‌ ସ୍ୱତନ୍ତ୍ର ରାସ୍ତା କରିବାକୁ ଗାଁଲୋକେ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.