Below header

ଆମେରିକା ନିର୍ବାଚନରେ ଟ୍ରମ୍ପଙ୍କୁ ସହାୟତା କରିଥିଲେ ପୁତିନ୍‌, ଗୁଇନ୍ଦା ବିଭାଗ ଦେଲା ରିପୋର୍ଟ ନାଇଜେରିଆ

ଓ୍ଵାଶିଂଟନ : ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁତନି ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ସହାୟତା କରିଥିଲେ ବୋଲି ଏକ ଗୁଇନ୍ଦା ରିପୋର୍ଟରୁ ପ୍ରକାଶ ପାଇଛି । ଗୁଇନ୍ଦା ବିଭାଗ ଦେଇଥିବା ଏହି ରିପୋର୍ଟରୁ ଜଣାପଡ଼ିଛି ଯେ ଆମେରିକା ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଇରାନ ଓ ଋଷ ଚେଷ୍ଟା କରିଥିଲେ ।

ତେବେ କୌଣସି ବିଦେଶୀ ରାଷ୍ଟ୍ରର ପ୍ରଭାବ ମତଦାନ ଉପରେ ପଡ଼ିଥିଲା କି ନାହିଁ ସେ ସମ୍ପର୍କରେ କିଛି ନିର୍ଦ୍ଦିଷ୍ଟ ତଥ୍ୟ ଜଣାପଡ଼ିନାହିଁ । ରାଷ୍ଟ୍ରୀୟ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ କାର୍ଯ୍ୟାଳୟ ଜାରି କରିଥିବା ରିପୋର୍ଟ ଅନୁସାରେ ୨୦୨୦ରେ ହୋଇଥିବା ନିର୍ବାଚନରେ ବିଦେଶୀ ରାଷ୍ଟ୍ରର ଦଖଲ ନେଇ ଏକ ବିସ୍ତତ ରିପୋର୍ଟ ପ୍ରକାଶ କରିଛି ।

ରିପୋର୍ଟରେ କୁହାଯାଇଛି ଯେ ଋଷ ଟ୍ରମ୍ପଙ୍କୁ ସହାୟତା କରିବାକୁ ଚେଷ୍ଟା କରିଥିବା ବେଳେ ଇରାନ ଟ୍ରମ୍ପଙ୍କୁ ପୁଣିଥରେ ରାଷ୍ଟ୍ରପତି ନ କରିବା ପାଇଁ ଚେଷ୍ଟା କରିଥିଲା । ତେବେ ଏଥିରେ ବାହ୍ୟ ରାଷ୍ଟ୍ର କେତେ ସଫଳ ହୋଇଥିଲେ ଓ କେତେଦୂର ନିର୍ବାଚନକୁ ପ୍ରଭାବିତ କରିଥିଲେ ତାହାର ସଠିକ୍‌ ରିପୋର୍ଟ ଜଣାପଡ଼ିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.