Below header

ଗ୍ରାମରକ୍ଷୀଙ୍କ ନିଆରା ପ୍ରୟାସ, ମାଉଥ ଅର୍ଗାନ୍ ରେ ବଜାଉଛନ୍ତି ଅତି ସୁନ୍ଦର ଗୀତ

ଥାନାରେ କାର୍ଯ୍ୟରତ ଥିବା ଗ୍ରାମରକ୍ଷୀ ଆନନ୍ଦ ପ୍ରଧାନଙ୍କ ଏହି ନିଆରା ପ୍ରୟାସ ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଛି । ସେ ମାଉଥ ଅର୍ଗାନ୍ ମାଧ୍ୟମରେ ଜାତୀୟ ସଙ୍ଗୀତ ସହ ବିଭିନ୍ନ ଦେଶାତ୍ମବୋଧକ ଗୀତ ଗାଉଥିବା ଦୃଶ୍ୟ ଆଜି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛି । ଅତି ସୁନ୍ଦର୍ ଭାବେ ଗ୍ରାମରକ୍ଷୀ ଜଣକ ମାଉଥ ଅର୍ଗାନ ବା ପାଟିରେ ବଜାଉଛନ୍ତି ।

ମୋହନା(କେନ୍ୟୁଜ୍): ସୁନ୍ଦର ବାଦ୍ୟ ସ୍ୱର । ଯିଏ ଶୁଣିବ ମନ ପ୍ରଫୁଲ୍ଲିତ ହୋଇଯିବ । ଆପଣତ ଜାଣିଛନ୍ତି ଆଜି ୭୭ ତମ ସ୍ୱାଧିନତା ଦିବସ। ଏଥିପାଇଁ ସବୁଠି ଉତ୍ସବ ମୁଖର । ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତୋଳନ ସହ ଦେଶାତ୍ମବୋଧକ ପରିବେଶ ସୃଷ୍ଟି ହୋଇଛି । ତେବେ ଗଜପତି ଜିଲ୍ଲା ମୋହନା ଥାନା ପରିସରରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ ।

ଥାନାରେ କାର୍ଯ୍ୟରତ ଥିବା ଗ୍ରାମରକ୍ଷୀ ଆନନ୍ଦ ପ୍ରଧାନଙ୍କ ଏହି ନିଆରା ପ୍ରୟାସ ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଛି । ସେ ମାଉଥ ଅର୍ଗାନ୍ ମାଧ୍ୟମରେ ଜାତୀୟ ସଙ୍ଗୀତ ସହ ବିଭିନ୍ନ ଦେଶାତ୍ମବୋଧକ ଗୀତ ଗାଉଥିବା ଦୃଶ୍ୟ ଆଜି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛି । ଅତି ସୁନ୍ଦର୍ ଭାବେ ଗ୍ରାମରକ୍ଷୀ ଜଣକ ମାଉଥ ଅର୍ଗାନ ବା ପାଟିରେ ବଜାଉଛନ୍ତି । ଏହାକୁ ସେ ନିଜ ମାମୁଁଙ୍କ ଠାରୁ ଗତ ୬ମାସ ହେଲା ଶିଖୁଥିବା ବେଳେ, ଆଜିର ଭଳି ପବିତ୍ର ଦିନରେ ବଜାଇ ସମସ୍ତଙ୍କ ମନ କିଣିଛନ୍ତି ।

ଓଡ଼ିଆମାନଙ୍କ ପ୍ରତିଭା ଓ ତାଙ୍କ ଜୟଯାତ୍ରା ଅନେକ ଦେଖିବାକୁ ମିଳିଛି । ଖେଳ ହେଉ ବା ଅନ୍ୟ କୌଣସି କ୍ଷେତ୍ରରେ ହେଉ, ଅନେକ ପ୍ରତିିଭା ଓଡିଶା ପାଇଁ ପାଲଟିଛନ୍ତି ଗୌରବର କାରଣ । ତେବେ ଏହି ମାଉଥ ଅର୍ଗାନ୍ ମାଧ୍ୟମରେ ଅନେକ ଗୀତ ଗାଇ ଏବେ ସବୁଠି ପ୍ରଶଂସାର ପାତ୍ର ଆନନ୍ଦ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.