ଥିଏଟରରେ ଗଦର-୨ ଚାଲିଥିବା ବେଳେ ଶୁଭିଲା ପାକିସ୍ତାନ ଜିନ୍ଦାବାଦ ନାରା, ତା’ ପରେ ପ୍ରବଳ ଛେଚା ଖାଇଲେ ବ୍ୟକ୍ତି

ଫିଲ୍ମ ହଲରେ ପାକିସ୍ତାନ ଜିନ୍ଦାବାଦ କହିବା ଯୁବକଙ୍କୁ ପଡିଲା ମହଙ୍ଗା । ଗଦର-୨ ଫିଲ୍ମ ଚାଲିଥିବା ବେଳେ ଯୁବକ ଜଣକ ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିଲେ । ଫଳରେ ହଲରେ ଥିବା ଅନ୍ୟ ସମସ୍ତ ଲୋକ ଉଠି ଯୁବକଙ୍କୁ ଛେଚିଥିଲେ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ବକ୍ସ ଅଫିସରେ ସନ୍ନି ଦେଓଲଙ୍କ ଫିଲ୍ମ ଗଦର-୨ ଜବରଦସ୍ତ ଆୟ କରୁଛି । ଫିଲ୍ମ ଏପର୍ଯ୍ୟନ୍ତ ୧୩୫ କୋଟି ଟଙ୍କା ଆୟ କରିସାରିଲାଣି । ଥିଏଟରରେ ସନ୍ନି ଦେଓ୍ଵଲଙ୍କ ଡାଇଲଗ ଏବଂ ଏଣ୍ଟ୍ରି ଦେଖି ଫ୍ୟାନ୍ସ ଜୟ ହିନ୍ଦ ନାରା ଲଗାଉଥିବା ଭିଡିଓ ଦେଖିବାକୁ ମିଳିଛି । ହେଲେ ଏହା ମଧ୍ୟରେ ଥିଏଟରରୁ ଆଉ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି, ଗଦର-୨ ଦେଖିବାକୁ ଏକ ହଲରେ ଦର୍ଶକଙ୍କ ଭିଡ଼ ଜମିଥିଲା । ଆଉ ଫିଲ୍ମ ଚାଲିଥିବା ବେଳେ ଜଣେ ଦର୍ଶକ ପାକିସ୍ତାନ ଜିନ୍ଦାବାଦ ନାରା ଦେବାକୁ ଲାଗିଥିଲେ । ଏହା ଶୁଣିବା ପରେ ହଲରେ ଥିବା ଦର୍ଶକଙ୍କ ମନରେ ନିଆଁ ଲାଗିଯାଇଥିଲା । ଆଉ ସମସ୍ତେ ମିଶି ନାରା ଦେଇଥିବା ବ୍ୟକ୍ତିଙ୍କୁ ଘେରି ଯାଇ ପ୍ରବଳ ଛେଚିଥିଲେ ।

ଏହି ଭିଡିଓ କେଉଁ ହଲ୍ର ଓ କେବେକାର ଘଟଣା ତାହା ସ୍ପଷ୍ଟ ହୋଇ ପାରିନି। ଭିଡିଓରେ ଦେଖିବାକୁ ମିଳିଛି ହଲରେ ଫିଲ୍ମ ଚାଲିଥିବା ବେଳେ ବହୁ ସଂଖ୍ୟାରେ ଉତ୍ତ୍ୟକ୍ତ ଲୋକେ ଜଣେ ବ୍ୟକ୍ତିଙ୍କୁ ନିର୍ଧୂମ ପିଟିବାରେ ଲାଗିଛନ୍ତି। ତେବେ ଏନେଇ କୌଣସି ଥାନାରେ ମାମଲା ରୁଜୁ ହୋଇ ନ ଥିବା ଜଣାଯାଇଛି। ସୋସିଆଲ ମିଡିଆରେ ଭିଡିଓ ଭାଇରଲ ହେଉଛି ।

ଏହି ଭିଡିଓକୁ ସୋସିଆଲ ମିଡିଆରେ BALA ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି । ଗଦର-୨କୁ ଦର୍ଶକଙ୍କ ଭରପୂର ଭଲ ପାଇବା ମିଳିବା ସହ ଦିନକୁ ଦିନ ନୂତନ ରେର୍କଡ଼ ସୃଷ୍ଟି କରୁଛି ସନ୍ନି ଦେଓଲଓ ଅମିଷା ପଟେଲ ଷ୍ଟାରର ଏହି ଫିଲ୍ମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.