ମଶାଣିକୁ ନାହିଁ ରାସ୍ତା, ନଈ ପାର କରି ଶବକୁ କାନ୍ଧରେ ବୋହି ନେଲେ ଗ୍ରାମବାସୀ

ମଶାଣିକୁ ଯିବାକୁ ସବୁ ଦିନିଆ ରାସ୍ତା ନଥିବା ଯୋଗୁଁ କାନ୍ଧରେ ଶବକୁ ବୋହି ଭରା ନଈ ପାରି ହୋଇ ଯିବାକୁ ପଡୁଛି । ବର୍ଷା ଦିନର ଅବସ୍ଥା ଅତି ଜଟିଳ । ଜୀବନକୁ ବାଜି ଲଗାଇ ଭରା ନଦୀ ପାରି ହେବାକୁ ପଡୁଛି । ମଶାଣିକୁ ଯିବା ପାଇଁ ପୋଲ ଖଣ୍ଡିଏ ନାହିଁ । ନଈର ପାଣି ଭିତରେ ପଶି ଶବ ବୋହି ମଶାଣିକୁ ନେବାକୁ ପଡ଼ିଥାଏ ଗାଁ ଲୋକଙ୍କୁ ।

ମଶାଣିକୁ ନାହିଁ ରାସ୍ତା, ନଈ ପାର ହୋଇ ଶବକୁ ନେଉଛନ୍ତି ମଶାଣିକୁ । ଖାଲଖମା ଭିତରେ ପଶି ଶବକୁ କାନ୍ଧରେ ବୋହି ବୋହି ନେଉଛନ୍ତି । ବର୍ଷାଦିନ ହୋଇଥିବାରୁ ନଦୀ ନାଳ ସବୁ ପାଣିରେ ଭରି ଯାଇଛି । ବର୍ଷା ଦିନରେ କାହାର ମୃତ୍ୟୁ ହୋଇଗଲେ ଚିନ୍ତା ଘାରେ ଏହି ଗ୍ରାମବାସୀଙ୍କୁ । କାରଣ ଶବ ବୋହି ନେଇ ଯିବାକୁ ଭାରି କଷ୍ଟ । ଶବ ବୋହି ନେବାରେ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ ଗାଁ ଲୋକଙ୍କୁ । ମଶାଣିକୁ ଯିବା ପାଇଁ ପୋଲ ଖଣ୍ଡିଏ ନାହିଁ । ନଈର ପାଣି ଭିତରେ ପଶି ଶବ ବୋହି ମଶାଣିକୁ ନେବାକୁ ପଡ଼ିଥାଏ ଗାଁ ଲୋକଙ୍କୁ ।

ତେବେ ଏଭଳି ଅଭାବନୀୟ ଦୃଶ୍ୟ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁର୍କାର ପଞ୍ଚାୟତ ଅଧିନସ୍ଥ ପଝାର ଗାଁରେ ଦେଖିବାକୁ ମିଳିଛି । ସହରରୁ ଅନତି ଦୂରରେ ରହି ବହୁ କଷ୍ଟରେ ଚଳୁଥିବାବେଳେ ଏହି ଗାଁ ଲୋକଙ୍କ ପାଇଁ ସମସ୍ୟା ପାଲଟିଛି ମଶାଣିକୁ ରାସ୍ତା । ଉଚ୍ଚ ସ୍ଥାନରୁ ଶବକୁ ତଳକୁ ଆଣୁଥିବା ସମୟରେ ଯଦି ଗୋଡ଼ ଖସି ଯାଏ ତେବେ ଏହି ଲୋକଙ୍କ ଅବସ୍ଥା କଣ ଯେ ହେବ । ବାରମ୍ବାର ଏଭଳି ସମସ୍ୟା ହେଉଥିଲେ ମଧ୍ୟ ପୋଲ ଖଣ୍ଡିଏ ନାହିଁ । ପଝାର ନଦୀରେ ପୋଲ ହୋଇ ନଥିବା ଯୋଗୁଁ ବର୍ଷା ଦିନେ ବାଧ୍ୟ ହୋଇ ନଈ ପାର କରି ଶବକୁ ନେଉଛନ୍ତି ଗାଁ ଲୋକେ ।

ମଶାଣିକୁ ଯିବାକୁ ସବୁ ଦିନିଆ ରାସ୍ତା ନଥିବା ଯୋଗୁଁ କାନ୍ଧରେ ଶବକୁ ବୋହି ଭରା ନଈ ପାରି ହୋଇ ଯିବାକୁ ପଡୁଛି । ବର୍ଷା ଦିନର ଅବସ୍ଥା ଅତି ଜଟିଳ । ଜୀବନକୁ ବାଜି ଲଗାଇ ଭରା ନଦୀ ପାରି ହେବାକୁ ପଡୁଛି । ବର୍ଷ ବର୍ଷ ଧରି ଏଭଳି ଦୁର୍ଦ୍ଦଶା ଭୋଗି ଆସୁଛନ୍ତି ଏହି ଗାଁ ବାସିନ୍ଦା । ଗାଁର ୭୫ ବର୍ଷର ବୃଦ୍ଧାଙ୍କ ମୃତ୍ୟୁ ପରେ ମରଶରୀରକୁ ଧରି ଶ୍ମଶାନକୁ ନିଆ ଯାଉଥିବା ଦେଖାଯାଇଛି । ଶବ ସତ୍କାର ପାଇଁ ନେଉଥିବା ସମୟରେ ସାଙ୍ଗରେ ଥିଲେ ପରିଜନ, ସମ୍ପର୍କୀୟ, ବନ୍ଧୁ ବାନ୍ଧବ ସହ କିଛି ଗ୍ରାମବାସୀ । ହେଲେ ରାସ୍ତା ସୁବିଧା ନଥିବାରୁ ବହୁ କଷ୍ଟରେ ଶବ ଧରି ନଦୀ ପାରି କରି ମଶାଣିକୁ ନେଇଥିଲେ। ପୋଲ ନଥିବାରୁ ହଇରାଣ ହୋଇ ନଈ ପାର କରି ଶବ ସତ୍କାର କରିବାକୁ ପଡୁଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ପଝାର ନଦୀ ଉପରେ ସ୍ଥାୟୀ ପୋଲ ନିର୍ମାଣ କରିବା ପାଇଁ ପ୍ରଶାସନ ଓ ଉପରିସ୍ଥ ଅଧିକାରୀ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି । ପୋଲ ଖଣ୍ଡିଏ ହୋଇଗଲେ ଗାଁ ଲୋକଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବନି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.