Below header

ଆମ ଗାଁରେ ଏୟାରପୋର୍ଟ ନିର୍ମାଣ କରାଇଦେବୁନାହିଁ: ବାସୁଦେବପୁର ବାଲିମୁଣ୍ଡାରେ ସ୍ଥାନୀୟବାସୀ ଓ ପ୍ରଶାସନ ମୁହାଁମୁହିଁ

ବାସୁଦେବପୁର(କେନ୍ୟୁଜ୍): ଭଦ୍ରକ ବାସୁଦେବପୁର ବାଲିମୁଣ୍ଡାରେ ଏୟାରପୋର୍ଟ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ବେଳେ ସ୍ଥାନୀୟବାସୀ ଓ ପ୍ରଶାସନ ମୁହାଁମୁହିଁ । ଏୟାରପୋର୍ଟ କାର୍ଯ୍ୟ ଆରମ୍ଭ ବେଳେ ଏହାକୁ ବିରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା । କମ୍ପାନୀ ପକ୍ଷରୁ ବାଲିମୁଣ୍ଡା ଆଇବି ନିକଟରୁ ପ୍ରଥମେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଥିବା ବେଳେ ଗ୍ରାମବାସୀ ବିରୋଧ କରିବା ସହ କୌଣସି କାର୍ଯ୍ୟ କରାଇଦେବୁ ନାହିଁ ବୋଲି ଜିିଦ୍‌ ଧରି ବସିଥିଲେ ।

basudevpur

ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଉପଜିଲ୍ଲାପାଳ,ଏସଡିପିଓ,ଚାନ୍ଦବାଲି ଓ ବାସୁଦେବପୁର ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଆସନ୍ତା ୧୦ ତାରିଖରେ ଆଲୋଚନା ନେଇ ଜିଲ୍ଲାପାଳଙ୍କ ସୂଚନା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.