ଗଜପତି ଷ୍ଟାଡିୟମ ଉପରେ ହଠାତ ଉଡିଲା ଅଜଣା ହେଲିକ୍ୟାପ୍ଟର, ଅବତରଣ କରି ବିଫଳ ହେବାରୁ ଫେରିଗଲା

ଗଜପତି(କେନ୍ୟୁଜ୍):ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଉପରେ  ଆଜି ହଠାତ ଏକ ହେଲିକ୍ୟାପ୍ଟର ଅବତରଣ କରିବା ପାଇଁ ଚେଷ୍ଟା କରିଥିଲା। ଷ୍ଟାଡିୟମରେ ହେଲିପେଡ ହୋଇନଥିଲା କି କୌଣସି ଭିଭିଆଇପି ଗ୍ରସ୍ତର ସୂଚନା ନଥିଲା। ପିଲାମାନଙ୍କ ଖେଳ ଚାଲୁଥାଏ  ହଠାତ ଏକ ହେଲିକପ୍ଟର ଅବତରଣ ପ୍ରଚେଷ୍ଟା କରି ପୁଣି ଚାଲିଯାଇଥିଲା।

ତେବେ ଏହି ହେଲିକପ୍ଟର କେଉଁଠାରୁ ଆସିଲା କେଉଁଠାକୁ ଗଲା, କାହିଁକି ଆସିଲା ତାହାର ଉତ୍ତର ପ୍ରସାଶନ ବର୍ତ୍ତମାନ ସୁଧା ଗଣମାଧ୍ୟମକୁ ଦେଇନାହିଁ ।

କିନ୍ତୁ  ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନାନୁସାରେ  ହେଲିକପ୍ଟରଟି ଭାରତ ବାୟୁସେନାର ଓ ହେଲିକ୍ୟାପ୍ଟରଟି କେନ୍ଦ୍ରମନ୍ତ୍ରୀ ବିସେଶ୍ଵର ଟୁଡୁଙ୍କ ଆସନ୍ତା ୧୦ତାରିଖରେ ଗଜପତି ଜିଲ୍ଲା ଗ୍ରସ୍ତର ପୂର୍ବଭ୍ଯାସ କରୁଥିବା ଜଣାପଡିଛି।