ଅଧ୍ୟାପକ ନାହାନ୍ତି ତାସହ କୋଭିଡ଼ ସମୟରେ ପ୍ରବଳ ଫି ନିଆଯାଉଥିବା ଅଭିଯୋଗ, ଭୁବନେଶ୍ବର କୌସ୍ତୁଭ ଟେକ୍ନିକାଲ କ୍ୟାମ୍ପସରେ ଉତ୍ତେଜନା

ଭୁବନେଶ୍ବର(କେନ୍ୟୁଜ୍): କୌସ୍ତୁଭ ଟେକ୍ନିକାଲ କ୍ୟାମ୍ପସରେ ଉତ୍ତେଜନା। ଟାୟାର ଜଳାଇ ଛାତ୍ରଙ୍କ ପ୍ରତିବାଦ । ଏକାଧିକ ଛାତ୍ର କଲେଜର ବିଭିନ୍ନ ସମସ୍ୟା ନେଇ ପ୍ରତିବାଦ କରୁଛନ୍ତି। କଲେଜର ବିଭିନ୍ନ ବିଭାଗରେ ଅଧ୍ୟାପକ ପଦବୀ ପୂରଣ ପାଇଁ ଦାବି ଜୋର ଧରିଛି।ଏଥି ସହ ପିଲାଙ୍କ ଠାରୁ କୋରନା ମହାମାରୀ ଭଳି ପରିସ୍ଥିତିରେ ପ୍ରବଳ ଟଙ୍କା ନିଆଯାଉଥିବା ଅଭିଯୋଗ ହୋଇଛି।
ଗତକାଲି ରାତିରେ କଲେଜ କର୍ତ୍ତୃପକ୍ଷ ମେଲ ମାଧ୍ୟମରେ ଦୁଇ ଜଣ ଅଧ୍ୟାପକଙ୍କୁ ବିନା କାରଣରେ ବହିସ୍କାର କରିଛନ୍ତି,ତେଣୁ କ୍ୟାମ୍ପସରେ ପାଠ ପଢ଼ାଇବା ପାଇଁ ଅଧ୍ୟାପକ ନାହାଁନ୍ତି। ଏଥିପାଇଁ କ୍ୟାମ୍ପସରେ ଉତ୍ତେଜନା ଲାଗିରହିଛି। କ୍ୟାମ୍ପରେ ମ୍ୟାନେଜମେଣ୍ଟର ମନମୁଖୀ କାର୍ଯ୍ୟକୁ ବିରୋଧ କରି ବିକ୍ଷୋଭ କରୁଛନ୍ତି ଛାତ୍ରଛାତ୍ରୀ। ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ଛାତ୍ର ଓ ମ୍ୟାନେଜମେଣ୍ଟ ସହ ଆଲୋଚନା ଜାରି ରହିଛି। ସେପଟେ ଚେୟାରମେନ ପ୍ରଭାତ ମଲ୍ଲୀକ ଆସି ଆଲୋଚନା କରିବା ନେଇ ଦାବି କରିଛନ୍ତି କଲେଜ ଛାତ୍ର।