ଅଜଣା ଓ ଅସହାୟ ଶବର ସାଥି ସମ୍ବଲପୁରର ସମ୍ବଳ ଅନୁଷ୍ଠାନ: ଆଜି ଜିଲ୍ଲାପାଳ ଓ ଏସପି ମିଶି ଅଜଣା ଶବର କଲେ ସତ୍କାର

ସମ୍ବଲପୁର(କେନ୍ୟୁଜ୍): କଥାରେ ଅଛି ମୃତ୍ୟୁ ଯେପରି ବି ହେଉ ସତ୍କାର କିନ୍ତୁ ନିଜ ପରିବାର ଲୋକଙ୍କ ହାତରୁ ହେଲେ ମୁକ୍ତି ମିଳିଥାଏ। କିନ୍ତୁ ଏହା ସମସ୍ତଙ୍କ ଭାଗ୍ୟରେ ମିଳିନଥାଏ। ଆଉ ଅଜଣା ଶବ କହିଲେ କଥା ସରିଲା,ତାଙ୍କୁ ବା ପଚାରେ କିଏ। ଯେଉଁଠାରେ ଅଜଣା ଶବ ପଡିଥାଏ ଲୋକ ମୁହଁ ମୋଡି ଚାଲି ଯାଇଥାନ୍ତି।ହେଲେ ସମ୍ବଲପୁର ସହରର ସମ୍ବଳ ନାମକ ଏଭଳି ଏକ ଅନୁଷ୍ଠାନ ଆଜି ୫୦୦ ଶବ ସତ୍କାର କରି ମାଇଲଷ୍ଟନ ସ୍ଥାପନ କରିଛି।

ନଭେମ୍ବର ୫ତାରିଖ ୨୦୧୧ରେ ଦୁଇ ଜଣ ସାଙ୍ଗ ଏକ ଭୋଜି ଖାଇ ଫେରୁଥିବା ସମୟରେ ରାସ୍ତାରେ  କୁକୁର ଏକ ଅଜଣା ଶବର ହାତ ଖାଉଥିବାର ଦେଖିଥିଲେ। ସେହି ସମୟରେ ଦୁଇ ସାଙ୍ଗ ତୁରନ୍ତ ପଡିଥିବା ଶବର ସମସ୍ତ ସରକାରୀ ବିଧି ପୁରା କରି ତାର ସତ୍କାର କରିଥିଲେ। ଆଉ ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଏପରି ୫୦୦ ଅଜଣା ଶବ ସତ୍କାର କରିଛି ଏହି ଅନୁଷ୍ଠାନ। ଏପରିକି ଏହି ଅନୁଷ୍ଠାନର କର୍ମକର୍ତ୍ତା କୋରନା ସମୟରେ ମଧ୍ୟ ଅନେକ ଶବକୁ ସମସ୍ତ ରୀତିନୀତିରେ ସତ୍କାର କରିଛନ୍ତି।

ଆଜିର ଏହି ସତ୍କାର କାର୍ଯ୍ୟକ୍ରମରେ ନିଜେ ସମ୍ବଲପୁର ଜିଲ୍ଲାପାଳ ଏବଂ ଏସପି   ସାମିଲ ହୋଇ ଅଜଣା ଶବକୁ କାନ୍ଧ ଦେବାସହ ମୁଖାଗ୍ନି ମଧ୍ୟ ଦେଇଥିଲେ। ସମ୍ବଳ ଅନୁଷ୍ଠାନର ଏଭଳି ମହତ କାର୍ଯ୍ୟକୁ ଜିଲ୍ଲାପାଳ ଓ ଏସପି ପ୍ରଶଂସା କରିବା ସହ ଏଭଳି ମହତ କାର୍ଯ୍ୟପାଇଁ ସମସ୍ତ ସାହାର୍ଯ୍ୟ  ସହଯୋଗ  ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ  ବୋଲି କହିଛନ୍ତି । ୫୦୦ ଅଜଣା ଶବ ସତ୍କାର କରିବା ସହ ଏହି ଅନୁଷ୍ଠାନ ୯୮ଟି ଗରିବ ଲୋକଙ୍କର ଶବ ମଧ୍ୟ ସତ୍କାର କରି ଆଜି ସମ୍ବଲପୁରର ନା ବେଶ୍ ଗୋୖରବାନ୍ବିତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.