Below header

ଗଜପତି: ସରକାରଙ୍କ ପ୍ରତିଶୃତି ପାଣିର ଗାର ପାଲଟିଲା, ବାଧ୍ୟହୋଇ ନୂଆ ଗାଁ ଛାଡି ପୁରୁଣା ବିପଦ ସଂକୁଳ ବାରଘର ଗାଁକୁ ଫେରିଲେ ଗ୍ରାମବାସୀ

ଗଜପତି(କେନ୍ୟୁଜ୍):  ଗଜପତି ଜିଲ୍ଲା ରାୟଗଡ ବ୍ଲକର ଗଙ୍ଗାବାଡ ପଞ୍ଚାୟତ ଅନ୍ତର୍ଗତ ନୂଆ ବାରଘର ଗ୍ରାମ କାହାକୁ ଅଜଣା । ୨୦୧୮ ତିତଲି ବାତ୍ୟାରେ ଏହି ଗ୍ରାମର ୧୬ଜଣ ଲୋକ ପାହାଡ ଅତଡା ଖସି ମୃତ୍ୟୁ ବରଣ କରିଥିଲେ । ପରେ ଜିଲ୍ଲା ପ୍ରଶାସନରୁ ଆରମ୍ଭ କରି ରାଜ୍ୟର ସଚିବ ମାନେ ମଧ୍ୟ ଘନ ଘନ ଗ୍ରସ୍ତ କରିଥିଲେ । ବିରୋଧି ଦଳର ନେତାମାନେ ଏପରି ଚାପ ପ୍ରୟୋଗ ହେଲା ଶେଷରେ ମୂଖ୍ୟମନ୍ତ୍ରୀ ଖୋଦ ଯାଇ କ୍ଷତିପୁରଣ ଓ ସୁରକ୍ଷିତ ସ୍ଥାନରେ ନୂଆଁ ବାରଘରର ପରିକଳ୍ପନା କଲେ।   ଏହା ସହିତ ଆବାସ ଯୋଜନା ସମେତ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମୀର ବିକାଶ କରାଗଲା । କିନ୍ତୁ ଗ୍ରାମବାସୀଙ୍କ ନିତିଦିନ ଜଳ ଜାତନାକୁ ନେଇ ଅଭିଯୋଗ କରିଆସୁଥିଲେ । କୌଣସି ସୁଫଳ ନମିଳିବାରୁ ଆଜି ନୂଆ ବାରଘରରେ ରହୁଥିବା ଗ୍ରାମର ସମସ୍ତ ଲୋକେ ପୁରୁଣା ବାରଘର ଫେରିଯାଇଛନ୍ତି ।

ଗତ ୨୦୧୮ ଅକ୍ଟୋବର ୧୧ ତାରିଖରେ ତିତିଲି ମହାବାତ୍ୟାରେ ବ୍ୟାପକ କ୍ଷୟ କ୍ଷତି ହୋଇଥିଲା । ଯାହାକୁ ନଜରରେ ରଖି ରାଜ୍ୟ ସରକାର ଏହି ଗ୍ରାମବାସୀଙ୍କୁ ସମତଳ ଅଂଚଳକୁ ସ୍ଥାନାନ୍ତରିତ କରିବା ନିଷ୍ପତ୍ତି ନେଇଥିଲେ। ଗ୍ରାମଟି ମହେନ୍ଦ୍ରରଗିରି ପର୍ବତ ଅଞ୍ଚଳରେ ରହିଥିବା ଯୋଗୁଁ ପାହାଡ ଅତଡା ଧସି ଏହି ଗ୍ରାମ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଏହିପରି ବାରମ୍ବାର ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଗ୍ରାମର ସମସ୍ତ ଗ୍ରାମବାସୀଙ୍କୁ ନୂଆ ବାରଘରକୁ ସ୍ଥାନାନ୍ତରୀତ କରିଥିଲେ ଏମାନଙ୍କ ବାସ ସହ ଜୀବନ ଜୀବିକାର ସମ୍ପୂର୍ଣ୍ଣ ବ୍ୟବସ୍ଥାର ପ୍ରତିଶୃତି ଦେଇଥିଲେ । ଘର, ବିଦ୍ୟୁତ ସେବା ପରେ ମଧ୍ୟ ଏମାନଙ୍କୁ ଆଜି ଯାଏଁ ଠିକ୍ ଜଳ ଯୋଗାଇବାରରେ ବିଫଳ ହୋଇଛି ପ୍ରଶାସନ ।

ଗୋଟିଏ ସୋଲାର ଟାଙ୍କି ଅଛି ଅନ୍ୟ ଏକ ନଳକୂପଟି ଅଛି ହେଲେ ଏହି ସୋଲାର  ଟାଙ୍କିରେ ପାଣି ଉଠୁ ନାହିଁ, ନଳକୂପରୁ ଜଳ ବାହାରୁନି । ବାରମ୍ବାର ଜଳଭାବକୁ ନେଇ ପ୍ରଶାସନକୁ  ଅଭିଯୋଗ କରିଥିଲେ କିନ୍ତୁ ପ୍ରଶାସନ କର୍ଣ୍ଣପାତ କରୁନାହିଁ ତେଣୁ ନୂଆ ବାରଘର ଗ୍ରାମବାସୀ ନିଷ୍ପତ୍ତି ନେଲେ ଯେଉଁ ଦିନ ଯାଏଁ ପ୍ରଶାସନ ଜଳ ସମସ୍ୟାର ସମାଧାନ କରିନାହିଁ ସେହି ଦିନ ଯାଏଁ ନୂଆ ବାରଘରକୁ ପ୍ରବେଶ କରିବୁ ନାହିଁ । ନିଜେ ଗ୍ରାମର ୫୧ପରିବାର ୧୫ କିମି ଚାଲି ଚାଲି ନୂଆଁ ବାରଘରରୁ ବିପଦ ସଙ୍କୁଳ ତଥା ଜୀବନକୁ ବିପଦ ଥିବା ପୁରୁଣା ବାରଘର ଗ୍ରାମକୁ ଚାଲିଯାଇଛନ୍ତି ।

 ଏଠାରେ ସୂଚନା ଯୋଗ୍ୟ ଯେ ପୁରୁଣା ବାରଘରର ୮୧ ପରିବାରକୁ ନୂଆ ବାରଘରରେ ଥଇଥାନ କରାଯାଇଥିଲା ସେଥିମଧ୍ୟରୁ ୫୧ଟି ପରିବାର ସରକାର ଦେଇଥିବା ଟଙ୍କାରେ ବିଜୁପକ୍ସା ଘର ନିର୍ମାଣ ସାରି ବସବାସ କରୁଥିଲେ । ଅନ୍ୟ ୩୦ପରିବାର ଆବାସ ନିର୍ମାଣ ବର୍ତ୍ତମାନ ଯାଏଁ ଶେଷ କରିପାରି ନାହାଁନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.