କମେଡି ଲଭର୍ସଙ୍କ ପାଇଁ ଖୁସି ଖବର, ନୂଆ ଫର୍ମାଟ ଓ ଭିନ୍ନ ଅବତାରରେ ପୁଣି ଏଣ୍ଟ୍ରି ମାରିବ ‘ଦ କପିଲ ଶର୍ମା ଶୋ’

ପୁଣିଥରେ ଟିଭି ପରଦାକୁ ଫେରୁଛି ସବୁଠାରୁ ଲୋକପ୍ରିୟ ଶୋ’ ‘ଦ କପିଲ ଶର୍ମା ଶୋ’। କପିଲ ଶର୍ମା ନିଜର ଏହି କମେଡି ଶୋ’ର ଶୁଟିଂ ଆରମ୍ଭ କରି ଦେଇଛନ୍ତି ଏବଂ ଆଗାମୀ ମାସରେ ଏହି ଶୋ’ ସୋନି ଟିଭିରେ ପ୍ରସାରଣ ହେବ।

ମିଡିଆ ରିପୋର୍ଟ ମୁତାବକ, ଏଥର ଦ କପିଲ ଶର୍ମା ଶୋ’ ନୂଆ ଫର୍ମାଟ ଏବଂ ନୂଆ ଅବତାରରେ ଏଣ୍ଟ୍ରି ମାରିବ। କପିଲଙ୍କ ସହିତ ବାକି ଷ୍ଟାରମାନେ ଭାରତୀ ସିଂ, କୀକୁ ଶାରଦା, ସୁମୋନା ଚକ୍ରବର୍ତ୍ତୀ, ଚନ୍ଦନ ପ୍ରଭାକର ଓ କୃଷ୍ଣା ଅଭିଷେକ ପୂର୍ବ ଭଳି ଶୋ’ରେ ରହିବେ।

କହି ରଖୁଛୁ, ଫେବୃୟାରୀରେ କପିଲ ବାପା ହେବା ପରେ ପ୍ୟାଟର୍ନିଟି ଛୁଟିରେ ଥିଲେ ଏବଂ ସେହି ସମୟରେ କୋଭିଡ ଯୋଗୁ ଶୋ’କୁ କୌଣସି ଅତିଥି ଆସୁ ନ ଥିଲେ। ଏହି କାରଣରୁ କିଛି ମାସ ପାଇଁ ଶୋ’କୁ ବନ୍ଦ କରି ଦିଆଯାଇଥିଲା।

 

View this post on Instagram

 

A post shared by Kapil Sharma (@kapilsharma)

You might also like