Below header

ଜଳେଶ୍ବର: କ୍ବାରେଣ୍ଟାଇନ ସେଣ୍ଟରରେ ଅନ୍ତେବାସୀଙ୍କ ମୃତ୍ୟୁକୁ ନେଇ ମହାଭାରତ,ଏଏନଏମ ଓ ଆଶାକର୍ମୀଙ୍କୁ ଗୋଡାଇ ଗୋଡାଇ ପିଟିଲେ ଗ୍ରାମବାସୀ

ଜଳେଶ୍ବର(କେନ୍ୟୁଜ୍):  କରୋନା ଯୋଦ୍ଧାଙ୍କୁ ନିର୍ଧୁମ ମାଡ ମାରିଲେ ଗ୍ରାମବାସୀ। ଅନ୍ତେବାସୀଙ୍କ ମୃତ୍ୟୁକୁ ନେଇ କ୍ବାରେଣ୍ଟାଇନ ସେଣ୍ଟରରେ ତୁମୂଳକାଣ୍ଡ ସାଙ୍ଗକୁ ଏଏନଏମ ଓ ଆଶାକର୍ମୀଙ୍କୁ ଗୋଡାଇ ଗୋଡାଇ ପିଟିଛନ୍ତି ଉତ୍ୟକ୍ତ ଗ୍ରାମବାସୀ।  ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ.ବାରବାଟିଆ କ୍ବାରେଣ୍ଟାଇନ ସେଣ୍ଟରରେ  ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ବାରବାଟିଆ କ୍ବାରେଣ୍ଟାଇନ ସେଣ୍ଟରରେ ରମାକାନ୍ତ ଦାସ ନାମକ ୪୫ ବର୍ଷୀୟ ଯୁବକଙ୍କ ମୃତ ହୋଇଥିଲା । ସେ ୨୦ ତାରିଖରେ ଆଫ୍ରିକାରୁ ଫେରି  କ୍ଵରଣ୍ଟାଇନ ସେଣ୍ଟର ରେ ରହିଥିଲେ ।  ମାତ୍ର ଗତ କାଲି ରାତିରେ ଶୋଇବା ପରେ ଆଜି ସକାଳୁ ରମାକାନ୍ତ ଉଠିନଥିଲେ । ଉଠିବାରେ  ବିଳମ୍ବ ହେବାରୁ ଅନ୍ତେବାସୀ ତାଙ୍କୁ ଡାକିଥିଲେ ମାତ୍ର ସେ କିଛିବି ଶୁଣିନଥିଲେ ।

ଯେହେତୁ ରମାକାନ୍ତ  କିଛି  ପ୍ରତିକ୍ରିୟା ଦେଉନଥିଲେ  ତେଣୁ ତାଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ଅନ୍ତେବାସୀ । ଏହି ଖବର ରମାକାନ୍ତଙ୍କ ପରିବାର, ଆଶା ଏବଂ ANMଙ୍କୁ ଜଣାଇଥିଲେ ଅନ୍ତେବାସୀ। ରମାକାନ୍ତଙ୍କ କୌଣସି କରୋନା ଲକ୍ଷଣ ନଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏହାକୁ ନେଇ ବାରବାଟିଆ କ୍ବାରେଣ୍ଟାଇନରେ ଉତ୍ତେଜନା ଦେଖିବା ମିଳିଥିଲା। ସ୍ଥାନୀୟ ଲୋକେ କ୍ବାରେଣ୍ଟାଇନ ସେଣ୍ଟରକୁ ତାଲ ପକାଇବା ସହ ଆଶା ଏବଂ ANMଙ୍କ ଅଟକ ରଖିଥିଲେ। ଏହି  ସମୟରେ ଆଶା କର୍ମୀ ଓ  ANM ପାଚେରୀ ଡେଇଁ ପଳାଇ ଯାଉଥିବା ବେଳେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ କିଛି ଉତ୍ୟକ୍ତ ଲୋକେ। ତେବେ ଘଟଣା ସ୍ଥଳରେ କମର୍ଦା ପୋଲିସ ଓ ଭୋଗରାଇ ତହସିଲଦାର , ବିଡ଼ିଓ, ଡାକ୍ତର ଟିମ  ପହଞ୍ଚି ଘଟଣା ର ଅଧିକ ତଦନ୍ତ ଚଳାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.