ଅନୁଗୁଳ : କେନାଲ ପାଣିରେ ବୁଡି ଦୁଇ ଯୁବକଙ୍କ ମୃତ୍ୟୁ

ଅନୁଗୁଳ :  କେନାଲ ପାଣିରେ ବୁଡି ଦୁଇ ଜଣଙ୍କ ମୃତ୍ୟୁ । ଜଣେ ବୁଡି ଯାଉଥିବା ବେଳେ ତାକୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଜଣଙ୍କର ମଧ୍ୟ ଜୀବନ ଚାଲିଗଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ହେମସୁରପଡା ଅଞ୍ଚଳରେ । ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର ବୃନ୍ଦାବନ ସେଠି ଓ ତାର ସାଙ୍ଗ ବାବୁ ମହାନ୍ତି ଏକାଠି ନିକଟସ୍ଥ କେନାଳକୁ ଗାଧେଇ ଯାଇଥିଲେ ।

ତେବେ ସେଠାରେ ଗାଧେଇବା ବେଳେ ଅସାବଧାନତା ବଶତଃ ବୃନ୍ଦାବନଙ୍କ ଗୋଡ଼ ଖସିଯିବା ସହ ଗଭୀର ପାଣିକୁ ଚାଲି ଯାଇଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ବାବୁ ମଧ୍ୟ ଗଭୀର ପାଣିକୁ ଯାଇଥିଲେ । ତେବେ ଉଭୟ ପାଣିରୁ ବାହାରି ପାରି ନଥିଲେ । ଫଳରେ ଘଟଣା ସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଅନୁଗୁଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.