ରାଜଧାନୀରେ କରୋନା ସଂକ୍ରମିତ ସଂଖ୍ୟାରେ ଲାଗୁନି ବ୍ରେକ, ଆଜି ପୁଣି ୧୩୭ ନୂଆ ପଜିଟିଭ୍ ଚିହ୍ନଟ

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀରେ ଚିନ୍ତା ବଢାଉଛି କରୋନା। ସଂକ୍ରମିତ ସଂଖ୍ୟାରେ ଲାଗୁନି ବ୍ରେକ। ଦୈନିକ  ନୂଆ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢି ହଟସ୍ପଟ ଜୋନରେ  ପରିଣତ ହୋଇଥିବା ରାଜଧାନୀ ଭୁବନେଶ୍ବରରେ ଚିନ୍ତା ବଢାଉଛି ଲୋକାଲ  କଣ୍ଟାକ୍ଟ କେସ୍। ଆଜି ପୁଣି  ଭୁବନେଶ୍ୱରରୁ ଆଉ ୧୩୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୯୮ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ  ୩୯ ଜଣ ପଜିଟିଭ୍‌ ବାହାରିଛନ୍ତି ।

ୟୁନିଟ-୧ ବସ୍ତି ଲିଙ୍କ୍‌ରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୭୫  କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ୨୫ ଶହ ୦୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୧୬ ସୁସ୍ଥ ହୋଇଥିବା ବେଳେ ଚିକିତ୍ସାଧୀନ ଅଛନ୍ତି ୧୨୭୧ ଆକ୍ରାନ୍ତ । ମୃତ୍ୟୁ ସଂଖ୍ୟା ୧୩ ରହିଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.