Below header

ପୋଲିସ୍ ନଶୁଣିବାରୁ ନିଜ ସୁରକ୍ଷା ନିଜେ କଲେ ଗ୍ରାମବାସୀ, ଚୋରି ରୋକିବାକୁ ଏଭଳି ନେଲେ ପଦକ୍ଷପ

ଆଠଗଡ଼: ସାଧାରଣ ଲୋକଙ୍କ ସୁରକ୍ଷା ବ୍ଯବସ୍ଥା ପାଇଁ ପୋଲିସ ପ୍ରଶାସନକୁ ରାଜ୍ଯ ସରକାର ଦେଇଛନ୍ତି ଅଖଣ୍ଡ କ୍ଷମତା। ଆଇନ ଶୃଙ୍ଖଳା ପରିସ୍ଥିତି ହେଉ ଅବା ସାଧାରଣ ଜୀବନ ଯାପନ, ସବୁଠି ଆବଶ୍ଯକତା ରହିଛି  ପୋଲିସ ଥାନା ଅବା ଫାଣ୍ଡିର। କେଉଁଠି ପୋଲିସ ତାହାର କାର୍ଯ୍ଯ ସଠିକ୍ ଭାବେ କରୁଛି ତ ଆଉ କେଉଁଠି ନାହିଁ।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସିଲିଭର ସିଟି କଟକ ସହରଠୁ ମାତ୍ର ୩୦ କିଲୋମିଟର ଦୁର ଆଠଗଡ଼ ଥାନା ଅଧିନସ୍ଥ ବାଇଲୋ ଗାଁରେ। ଏହି ଗାଁରେ ଶହେରୁ ଅଧିକ ପରିବାର ବସବାସ କରୁଥିବା ବେଳେ ରାତିରେ ଚୋର ମାନଙ୍କ ଦୋରାତ୍ମ ଏହି ଗ୍ରାମର ଲୋକମାନଙ୍କ ନିଦ ହଜାଇ ଦେଇଛି। ବାରମ୍ବାର ଚୋରି ହେଉଥିବା ବେଳେ ଆଠଗଡ଼ ପୋଲିସର ଖାମ ଖିଆଲି ନୀତି ଏବେ ଏହି ଗ୍ରାମ ପାଇଁ ଚିନ୍ତାର କାରଣ ପାଲଟିଛି। ଗ୍ରାମର ଚୋରି ସମସ୍ଯା ସମ୍ପର୍କରେ ଅବଗତ କରାଇଥିଲେ ମଧ୍ୟ ଆଠଗଡ଼ ପୋଲିସ ପ୍ରଶାସନ କିଛି ଶୁଣୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାସହ ନିଜ ସୁରକ୍ଷା ନିଜେ କର ଓ ତୁମ ଜୀବନ ଭଳି ଆମ ଜୀବନ ପ୍ରତି ମଧ୍ଯ ବିପଦ ଅଛି ବୋଲି ପୋଲିସ ପ୍ରଶାସନ ସଫେଇ ଦେଉଥିବା କହିଛନ୍ତି ଗ୍ରାମବାସୀ।

thanaଅନ୍ଯପଟେ ବାଇଲୋ ଗ୍ରାମବାସୀ ଆଠଗଡ଼ ପୋଲିସ ପ୍ରଶାସନ ପାଖରୁ ନିରାଶ ହେବା ପରେ ଏବେ ନିଜ ସୁରକ୍ଷା ନିଜେ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଗ୍ରାମର ମୁରବୀ ମାନେ ଗ୍ରାମସଭା ଡକାଇ ପ୍ରତିଦିନ ରାତିରେ ପାଳି କରି ଦଶ ଜଣ ଲେଖାଏଁ ରାତ୍ରି ୯ଟା ରୁ ସକାଳ ୬ଟା ପର୍ଯ୍ଯନ୍ତ ଗ୍ରାମରେ କଡ଼ାପ୍ରହରା ଦେଇ ସୁରକ୍ଷା ପ୍ରଦାନ କରୁଛନ୍ତି । ଖାଲି ସେତିକି ନୁହେଁ ଘର ପିଛା ଦଶ ଟଙ୍କା ଲେଖାଏଁ ଚାନ୍ଦା ଆଦାୟ କରି ଗ୍ରାମର ପ୍ରତ୍ୟେକ ଖୁଣ୍ଟରେ ବିଦ୍ଯୁତ୍ ଆଲୋକର ବ୍ଯବସ୍ଥା କରିଛନ୍ତି। ଅନ୍ଯ ପକ୍ଷରେ ଗ୍ରାମ କମିଟି ତରଫରୁ ରାତ୍ରି ଜଗୁଆଳି ଭାବରେ କାର୍ଯ୍ଯ ସମ୍ପାଦନ କରୁଥିବା ଲୋକମାନଙ୍କ ପାଇଁ ଏକ ପରିଚୟ ପତ୍ରର ବ୍ଯବସ୍ଥା ମଧ୍ୟ କରାଯାଇଛି ।

ଆଠଗଡ଼ ପୋଲିସ ପ୍ରଶାସନର ଏଭଳି ମନ୍ତବ୍ଯ ଓ ରାଜ୍ଯ ସରକାରଙ୍କ ସାଧାରଣ ଜନସାଧାରଣଙ୍କ ପାଇଁ ଆମ ପୋଲିସ କାର୍ଯ୍ଯକ୍ରମ ଆଠଗଡରେ଼ କେତେ ସଫଳ ହୋଇଛି ତାହା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବାଇଲୋ ଗ୍ରାମକୁ ସୁରକ୍ଷା ଯୋଗାଇ ଦେବାକୁ ଦାବି ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.