Below header

ରାସ୍ତା ଖଣ୍ଡିଏ ପାଇଁ ଗୁହାରି କରି ଶେଷରେ ଥକି ଗଲେ ଗାଁ ଲୋକେ, ନିଜେ କଲେ ନିଜ ରାସ୍ତା

ଚାଲିଛି ରାସ୍ତା କାମ । ଏହି କାମରେ ଲାଗିଛନ୍ତି ଅନେକ ମହିଳା ଓ ପୁରୁଷ । ଟ୍ରାକ୍ଟର ଯୋଗେ ମାଟି ଆଣି ରାସ୍ତା ପାଇଁ ପକାଯାଉଛି । ହେଲେ ଆପଣ ଜାଣି ଆଚମ୍ବିତ ହେବେ ଏଠାରେ ରାସ୍ତା କାମ ପାଇଁ ଶ୍ରମଦାନ କରୁଥିବା ମଣିଷ ମାନେ କୌଣସି ଶ୍ରମିକ ନୁହଁନ୍ତି ବରଂ ଗ୍ରାମବାସୀ ଯେଉଁ ପାଲଟିଛନ୍ତି ନିଜ ପାଇଁ ଶ୍ରମିକ ।

ରାଇରଙ୍ଗପୁର(କେନ୍ୟୁଜ୍): ଚାଲିଛି ରାସ୍ତା କାମ । ଏହି କାମରେ ଲାଗିଛନ୍ତି ଅନେକ ମହିଳା ଓ ପୁରୁଷ । ଟ୍ରାକ୍ଟର ଯୋଗେ ମାଟି ଆଣି ରାସ୍ତା ପାଇଁ ପକାଯାଉଛି । ହେଲେ ଆପଣ ଜାଣି ଆଚମ୍ବିତ ହେବେ ଏଠାରେ ରାସ୍ତା କାମ ପାଇଁ ଶ୍ରମଦାନ କରୁଥିବା ମଣିଷ ମାନେ କୌଣସି ଶ୍ରମିକ ନୁହଁନ୍ତି ବରଂ ଗ୍ରାମବାସୀ ଯେଉଁ ପାଲଟିଛନ୍ତି ନିଜ ପାଇଁ ଶ୍ରମିକ ।

ଶୁଣିଲାନି ପ୍ରଶାସନ ଶୁଣିଲାନି ସରପଞ୍ଚ । ରାସ୍ତା ଖଣ୍ଡିଏ ପାଇଁ ଗୁହାରି କରି ଶେଷରେ ଥକି ଗଲେ ଗାଁ ଲୋକେ । ଶେଷରେ ପ୍ରଶାସନ ଉପରୁ ତୁଟିଲା ଭରସା। ରାସ୍ତା ପାଇଁ ବର୍ଷା ଦିନେ ହନ୍ତସନ୍ତ ହେବାପରେ ଏକାଠି ହେଲେ ଗାଁ ଲୋକେ । ଆଉ ନିଜ ପାଇଁ ନିଜେ ରାସ୍ତା ତିଆରି କରି ଅନ୍ୟ ପାଇଁ ଉଦାହରଣ ପାଲଟିଲେ।

ଆମେ କହୁଛୁ ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଯଶିପୁର ପଞ୍ଚାୟତର ରଙ୍ଗାମାଟିଆ ଗାଁ କଥା। ଏହି ଗାଁ ରେ ବସବାସ କରନ୍ତି ପ୍ରାୟ ୧୦୦ରୁ ଅଧିକ ପରିବାର । ହେଲେ ଗାଁ କୁ ଯିବାପାଇଁ ନାହିଁ ଭଲ ରାସ୍ତା ଖଣ୍ଡେ । ଅସରାଏ ବର୍ଷା ହେଲେ ଆଣ୍ଠୁଏ ପାଣି ଜମା ହେଉଥିବା ବେଳେ ରାସ୍ତାପୁରା କାଦୁଅ ପଚ ପଚ। ଭଲ ରାସ୍ତା ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଲୋକେ। ଏଭଳି କି ଜରୁରୀ କାଳୀନ ସମୟରେ ଆମ୍ବୁଲାନ୍ସ ସେବା ମଧ୍ୟ ପହଞ୍ଚି ପାରେ ନାହିଁ ଗାଁ କୁ | ପ୍ରସୂତୀ ମହିଳା କିମ୍ବା ରୋଗୀଙ୍କୁ ହସ୍ପିଟାଲ ନେବାକୁ ହେଲେ ଅଧା କିଲୋମିଟର ଖଟିଆରେ ବୋହି ନେବାକୁ ପଡେ । ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ କାଦୁଅ ପଚ ପଚ ରାସ୍ତାରେ ସ୍କୁଲ ଯିବାକୁ ପଡ଼େ ।

ଏପଟେ ଏଭଳି ପରିସ୍ଥିତିରେ ଗ୍ରାମବାସୀ ପରିବାର ପିଛା ୨୦୦ଟଙ୍କା ଉଠାଇ ଟ୍ରାକ୍ଟର ଯୋଗେ ମାଟି ଆଣି ନିଜେ ଶ୍ରମଦାନ କରି ରାସ୍ତା ମରାମତି କରି ଉଦାହରଣ ସୃଷ୍ଟି କରିଛନ୍ତି । ଏହା ପରେ ମଧ୍ୟ ପ୍ରଶାସନ ରାସ୍ତା ପ୍ରତି ଦୃଷ୍ଟି ନଦେଲେ,. ଆଗାମୀ ଦିନରେ ବ୍ଳକ ଓ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ଆମେ ସରପଞ୍ଚଙ୍କୁ ଯୋଗାଯୋଗ କରିବାରୁ କ୍ୟାମେରା ସାମନାରେ କୌଣସି ପ୍ରତିକ୍ରିୟା ରଖିନଥିଲେ ।

ତେବେ ସୂଚନା ଥାଉକି, ଥରେ କି ଦୁଇଥର ନୁହେଁ ଅନେକ ଥର ପ୍ରଶାସନ ନିକଟରେ ଏହି ରାସ୍ତା ମରାମତି ପାଇଁ ଗୁହାରି କରିଛନ୍ତି ଗ୍ରାମବାସୀ। ହେଲେ କୌଣସି ଫଳ ମିଳିନଥିଲା। ମିଳିଥିଲା କେବଳ ପ୍ରତିଶୃତି । ଶେଷରେ ଗାଁ ର ଉନ୍ନତି ପାଇଁ ଅଣ୍ଟା ଭିଡିଲେ ଗ୍ରାମବାସୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.