ଏଥର ଦୁର୍ଗା ପୂଜାରେ ଦୁଲୁକିବ ମଞ୍ଚ, ରାତି ୧୨ ପର୍ଯ୍ୟନ୍ତ ଚାଲିବ ମେଲୋଡି

ଭୁବନେଶ୍ୱରରେ ଚଳିତବର୍ଷ ଦୁର୍ଗା ପୂଜାରେ ରାତି ୧୨ଟା ଯାଏଁ ଜାରି ରହିବ ମେଲୋଡ଼ି । ରାତି ୧୦ଟା ପରିବର୍ତ୍ତେ ରାତି ୧୨ଟା ପର୍ଯ୍ୟନ୍ତ ମେଲୋଡ଼ି ଚାଲିବ । ପୂର୍ବରୁ ରାତି ୧୦ଟା ଯାଏଁ ମେଲୋଡି ଅନୁଷ୍ଠିତ ହେଉଥିଲା । ପୂଜା ସାଙ୍ଗକୁ ସମସ୍ତ ପ୍ରକାର ମେଳା ମହୋତ୍ସବ, ମିନାବଜାର ଓ ନାଚଗୀତ ଆସର ଜମିବ ।

ଭୁବନେଶ୍ୱର (କେନ୍ୟୁଜ): ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଗାଁଠୁ ସହର ସବୁଠି ଉତ୍ସବମୁଖର। ଦୁର୍ଗାପୂଜା ପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଭୁବନେଶ୍ୱରରେ ଚଳିତବର୍ଷ ପୂଜାରେ ରାତି ୧୨ଟା ଯାଏଁ ଜାରି ରହିବ ମେଲୋଡ଼ି । ରାତି ୧୦ଟା ପରିବର୍ତ୍ତେ ରାତି ୧୨ଟା ପର୍ଯ୍ୟନ୍ତ ମେଲୋଡ଼ି ଚାଲିବ । ପୂର୍ବରୁ ରାତି ୧୦ଟା ଯାଏଁ ମେଲୋଡି ଅନୁଷ୍ଠିତ ହେଉଥିଲା । ପୂଜା ସାଙ୍ଗକୁ ସମସ୍ତ ପ୍ରକାର ମେଳା ମହୋତ୍ସବ, ମିନାବଜାର ଓ ନାଚଗୀତ ଆସର ଜମିବ । ତେବେ ଚଳିତବର୍ଷ ରାଜଧାନୀ ଭୁବନେଶ୍ୱରରେ ଦୁର୍ଗାପୂଜାରେ ୧୮୩ ପୂଜା ମଣ୍ଡପ ହେଉଛି । ସୂଚନା ଅନୁସାରେ ଦୁର୍ଗାପୂଜା ଓ ଭସାଣୀ ପାଇଁ ପୋଲିସ-ପୂଜା କମିଟିର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.