ବିଶ୍ୱକପ ୨୦୨୩ : ଧର୍ମଶାଳାରେ ବିଶ୍ୱକପ ମ୍ୟାଚ ନେଇ ଟ୍ରାଫିକ ପ୍ଲାନ ଜାରି, ଚାଲିବନି ଏସବୁ ଗାଡି

ଧର୍ମଶାଳାରେ ବିଶ୍ୱକପ ମ୍ୟାଚ ନେଇ ଟ୍ରାଫିକ ପ୍ଲାନ ଜାରି ହୋଇଛି । ମ୍ୟାଚ୍‌ ସମୟରେ ଲୋକମାନଙ୍କୁ ଯାତାୟତରେ କୌଣସି ସମସ୍ୟା ନ ହେବା ପାଇଁ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ।

ବିଶ୍ୱକପ ୨୦୨୩ ମହାକୁମ୍ଭ ଆଜିଠାରୁ ଆରମ୍ଭ ହେଉଛି । ହିମାଚଳ ପ୍ରଦେଶ କାଗଡା ଜିଲ୍ଲାରେ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟ ଷ୍ଟାଡିୟମ ଧର୍ମଶାଳାରେ ଆୟୋଜିତ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ରାଫିକ ପ୍ଲାନ ଜାରି କରାଯାଇଛି । ଜିଲ୍ଲାପାଳ ଡ. ନିପୁଣ ଜିନ୍ଦଲ ଆଦେଶ ଜାରି କରି କହିଛନ୍ତି, ଧର୍ମଶାଳାରେ ହେବାକୁ ଥିବା ମ୍ୟାଚ ସମୟରେ ଲୋକମାନଙ୍କୁ ଯିବା ଆସିବାରେ କୌଣସି ସମସ୍ୟା ନ ହେଉ, ସେଥିପାଇଁ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ।

ମ୍ୟାଚର ୬ ଘଣ୍ଟା ପୂର୍ବରୁ ସିମେଣ୍ଟ, ବାଲି ଇତ୍ୟାଦି ବୋହୁଥିବା ଗାଡିକୁ ଧର୍ମଶାଳାରେ ଯିବା ଆସିବା ପାଇଁ ବନ୍ଦ କରିଦିଆଯାଇଛି । ମ୍ୟାଚ୍‌ ଶେଷ ହେବା ପରେ ମଧ୍ୟ ଯିବାଆସିବା ଉପରେ ପ୍ରତିବନ୍ଧକ ଲାଗି ରହିବ । ତେବେ ନିୟମିତ ଚାଲୁଥିବା ବସ ଏବଂ ଅତ୍ୟାବଶ୍ୟକ ସେବା ଦେଉଥିବା ଗାଡି ଉପରେ ଏଭଳି ନିୟମ ଲାଗୁ ହେବ ନାହିଁ । ଏହା କେବଳ ଧର୍ମଶାଳା ସହରରେ ୭, ୧୦, ୧୭, ୨୨,୨୮ ଅକ୍ଟୋବରରେ ଲାଗୁ ହେବ ।

କାଙ୍ଗଡା, ଗଗଲ ଆଡୁ ଧର୍ମଶାଳା ଯାଉଥିବା ଚୌତୁଡ-ଶିଲା ରୋଡରେ ପ୍ରବେଶ ଏବଂ ଧର୍ମଶାଳାରୁ ଭାୟା ସକୋହ ହୋଇ ଯିବାକୁ ହେବ । ବିଶ୍ୱକପ ମ୍ୟାଚ ନେଇ ଜିଲ୍ଲା ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ପୋଲିସ ଏସପି କହିଛନ୍ତି, ଖେଳାଳିଙ୍କ ରହିବା ସ୍ଥାନ, ଏୟାରପୋର୍ଟ, ରୁଟ୍‌ ଡ୍ୟୁଟି ପାଇଁ ପୋଲିସ ଯବାନ ନିୟୋଜିତ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.