ନୌସେନା ଯବାନଙ୍କର ହେବ ନୂଆ ଡ୍ରେସ କୋଡ୍‌, କୁର୍ତ୍ତା ପାଇଜାମାରେ ଆସିପାରନ୍ତି ନଜର

ନୌସେନା ଯବାନଙ୍କର ହେବ ନୂଆ ଡ୍ରେସ କୋଡ୍‌ । ଏମିତିରେ କିଚେନ ଏବଂ ବେଡରୁମରେ ଯବାନ ତଥା ଅଧିକାରୀ ଭାରତୀୟ ପୋଷାକ ପିନ୍ଧିପରିବେ ।

ନୌସେନା ଯବାନଙ୍କର ହେବ ନୂଆ ଡ୍ରେସ କୋଡ୍‌ । ଏମିତିରେ କିଚେନ ଏବଂ ବେଡରୁମରେ ଯବାନ ତଥା ଅଧିକାରୀ ଭାରତୀୟ ପୋଷାକ ପିନ୍ଧିପରିବେ । ଆଜି ପର୍ଯ୍ୟନ୍ତ ଏହାର ଅନୁମତି ମିଳି ନଥିଲା । ଗତ ମାସରେ ନୌସେନାର ତିନିଦିନିଆ ସମ୍ମିଳନୀରେ ସିଭିଲ ଡ୍ରେସ ପ୍ରଦର୍ଶନୀ ହୋଇଥିଲା । ସେନା ରକ୍ଷା ମନ୍ତ୍ରୀ ଅଜୟ ଭଟ୍ଟଙ୍କ ଆଗରେ ଏହି ପ୍ରଦର୍ଶନୀ କରାଯାଇଥିଲା । ଏଥିରେ କୁର୍ତ୍ତା ପାଇଜାମା, ଫର୍ମାଲ ୱେଷ୍ଟକୋଟ, ଚୁଡିଦାର ପାଇଜାମା, ଏବଂ ଗଲାବନ୍ଦ ସୁଟ ସାମିଲ ଥିଲା । ଏବେ ପର୍ଯ୍ୟନ୍ତ ଏହି ପୋଷାକ ଉପରେ କୌଣସି ନିଷ୍ପତି ନିଆଯାଇନାହିଁ । ତେବେ ଉଚ୍ଚ ଅଧିକାରୀଙ୍କ ଆଗରେ ବିଚାର ପାଇଁ ଏହି ପ୍ରସଙ୍ଗ ରଖାଯାଇଛି ।

ଇଂରେଜ ଶାସନ ସମୟରୁ ନୌସେନାରେ ଭାରତୀୟ ପୋଷାକ ପରିଧାନ କରିବାର ଅନୁମତି ନଥିଲା । କିନ୍ତୁ ଏବେ ଏହି ନିଷ୍ପତିକୁ ବଦଳାଇବା ପାଇଁ ଯୋଜନା ଚାଲିଛି ।ଅତିଥିମାନେ ମଧ୍ୟ ଭାରତୀୟ ପୋଷାକ ପିନ୍ଧି କିଚେନ କିମ୍ବା ବେଡରୁମକୁ ଯିବାର ଅନୁମତି ନଥିଲା । ତେବେ ପାଶ୍ଚାତ୍ୟ ସଂସ୍କୃତିକୁ ହଟାଇବାରେ ନୌସେନା ସବୁଠୁ ଆଗରେ ନଜର ଆସିଛି । ଗତ ବର୍ଷ ଡିସେମ୍ବରରେ ନାଭି ଚିଫ ଏଡାମିରଲ ଆର ହରି କୁମାର କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ପଞ୍ଚ ପ୍ରାଣ ଉପରେ କିଛି ଭଲ କଥା କହିଥିଲେ । ଏଥିରେ ଗୁଲାମୀ ମାନସିକତାରୁ ମୁକ୍ତି ମଧ୍ୟ ସାମିଲ ଥିଲା । ଯାହାକୁ ଦୃଷ୍ଟିରେ ରଖି ଏଭଳି ନୂଆ ପଦକ୍ଷେପ ନିଆଯାଉଛି ।

ଏହାକୁ ନେଇ ଗତ ମାସରେ ନୌସେନାରେ ଏକ ବଡ ପରିବର୍ତ୍ତନ କରାଯାଇଛି । ନୌସେନା ଅଧିକାରୀ ନିଜ ପାଖରେ ଏକ ବାଡି ରଖୁଥିଲେ, ଯାହା ଗୁଲାମୀର ପ୍ରତୀକ ଥିଲା । ଏବେ ଏହାକୁ ମଧ୍ୟ ହଟାଇ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଦେଶରେ ଏହି ସମୟରେ ଭାରତ ବନାମ ଇଣ୍ଡିଆ ବିବାଦ ଚାଲିଛି । G20 ସମ୍ମିଳନୀ ପାଇଁ ହୋଇଥିବା ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍‌ ଭାରତ’ ଲେଖାଯିବା ପରେ ବିରୋଧୀ ସରକାରଙ୍କ ଉପରେ ହମଲା କରୁଛନ୍ତି ବୋଲି ଜଣାପଡ଼ିଛି । ବିରୋଧୀ ଦଳ ନିଜ ନୂଆ ଦଳର ନାମ INDIA ରଖିଛନ୍ତି । ଏଥି ମଧ୍ୟରେ ନୌସେନା ଜବାନଙ୍କୁ ଭାରତୀୟ ପୋଷାକ ପିନ୍ଧିବାର ଅନୁମତି ଦିଆଯିବାର ଚର୍ଚ୍ଚା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.