Below header

ସମସ୍ୟା ଘେରରେ ନୂଆଗାଁ ବ୍ଲକ ମହିପୁର ପଞ୍ଚାୟତ ମଳିସ ଗାଁ

ନୟାଗଡ଼: ପାନୀୟ ଜଳ ଓ ରାସ୍ତା ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମହିପୁର ପଞ୍ଚାୟତ ମଳିସ ଗାଁର ଲୋକେ । ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟକୁ ଆସି ଗାଁରେ ଥିବା ପାନୀୟ ଜଳ ଓ ରାସ୍ତା ସମସ୍ୟା ଉପରେ ଏକ ଲିଖିତ ଅଭିଯୋଗ କରଯାଇଛି । ଦୀର୍ଘ ୭ବର୍ଷ ହେବ ଗାଁକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ କାମ ଶେଷ ହୋଇପାରୁନି । ମହିପୁର ଠାରୁ ମାଲିସର ଗାଁକୁ ଯୋଡୁଥିବା ଏହି ରାସ୍ତା ଉପରେ ୫ଖଣ୍ଡ ଗାଁ ଲୋକ ନିର୍ଭର କରନ୍ତି । ଏନେଇ ପୂର୍ବରୁ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରିନଥିଲା । ସେହିପରି ଗାଁରେ ଦୀର୍ଘଦିନ ହେବ ପାନୀୟ ଜଳ ସମସ୍ୟା ମଧ୍ୟ ଲାଗି ରହିଛି । ନଳକୂଅ ନଥିବାରୁ ଲୋକେ ବାଧ୍ୟ ହୋଇ ନଦୀ ଉପରେ ନିର୍ଭର କରନ୍ତି । ତେବେ ଅଗାମି ଦିନରେ ସମସ୍ୟାର ସମାଧାନ ନହେଲେ ଜାତୀୟ ରାଜପଥ ଅବରୋଧ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.