ସାଲେପୁର ଥାନା ଆଗରେ ଗ୍ରାମବାସୀଙ୍କ ଧାରଣା: ହଣାକଟା କରିଥିବା ଅଭିଯୁକ୍ତମାନେ ଖୋଲାରେ ବୁଲୁଥିବା ସହ ଧମକ ଦେଉଥିବା ଅଭିଯୋଗ

ପୁରଣ ଗାଁର ମୁନା ମଲ୍ଲିକଙ୍କ ନାବାଳକ ପିଲାଙ୍କୁ ତାଙ୍କ ପଡୋଶୀ ପ୍ରଥମେ ସାଇକେଲ ଧକ୍କା କରିଥିଲେ। ମୁନା ଏହାକୁ ବିରୋଧ କରିବାରୁ ଉଭୟ ପକ୍ଷ ମଧ୍ୟରେ ବଚସା ହେବା ସହ ତାଙ୍କୁ ଟାଙ୍ଗିଆରେ ହାଣି ଜୀବନରୁ ମାରିବାକୁ ଚେଷ୍ଟା କରିଥିଲେ ଦୁର୍ବୁତ୍ତ।ମୁନା ଏବେ ମୁର୍ମୁଷୁ ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ସାଲେପୁର(କେନ୍ୟୁଜ୍): ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ଆଗରେ ଧାରଣା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହଣାକଟା ପରେ ବି ଖୋଲାଖୋଲି ବାହାରେ ବୁଲି ଧମକାଉଛନ୍ତି ଅଭିଯୁକ୍ତ। ସେମାନଙ୍କୁ ଗିରଫ ଦାବିରେ କଟକ ଜିଲ୍ଲା ସାଲେପୁର ଥାନା ଆଗରେ ଗ୍ରାମବାସୀଙ୍କ ଧାରଣା। ପୁରଣ ଗାଁର ମୁନା ମଲ୍ଲିକଙ୍କ ନାବାଳକ ପିଲାଙ୍କୁ ତାଙ୍କ ପଡୋଶୀ ପ୍ରଥମେ ସାଇକେଲ ଧକ୍କା କରିଥିଲେ। ମୁନା ଏହାକୁ ବିରୋଧ କରିବାରୁ ଉଭୟ ପକ୍ଷ ମଧ୍ୟରେ ବଚସା ହେବା ସହ ତାଙ୍କୁ ଟାଙ୍ଗିଆରେ ହାଣି ଜୀବନରୁ ମାରିବାକୁ ଚେଷ୍ଟା କରିଥିଲେ ଦୁର୍ବୁତ୍ତ।

ମୁନା ଏବେ ମୁର୍ମୁଷୁ ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ପରେ ଅଭିଯୁକ୍ତମାନେ ଖୋଲା ବୁଲୁଥିବା ସହ ପୁଣି ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସେମାନଙ୍କୁ ତୁରନ୍ତ ଗିରଫ କରିବା ଦାବି ନେଇ ସାଲେପୁର ଥାନାକୁ ଗ୍ରାମବାସୀ ଲିଖିତ ଭାବେ ଜଣାଇବା ସହ ଧାରଣା ଦେଇଛନ୍ତି। ଆକ୍ରମଣ ଘଟଣାରେ ଜଣେ ଗିରଫ ହୋଇଥିବା ଓ ଅନ୍ୟମାନଙ୍କୁ ଖୋଜାଚାଲିଥିବା ,କହିଛନ୍ତି ଥାନା ଅଧିକାରୀ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.