Below header

ଭାଇରାଲ ଅଡ଼ିଓ କହୁଛି ପୋଲିସ୍‌ର ଲାଞ୍ଚ କାରବାର କଥା, ଉତ୍ତର ଦେବ କିଏ ?

ଚାନ୍ଦବାଲି (କେନ୍ୟୁଜ୍‌) : ଏକ ଅଡ଼ିଓ ଭାଇରାଲ ହେଉଛି ଭଦ୍ରକ ଚାନ୍ଦବାଲି ଅଞ୍ଚଳରେ । ଜଣେ ପୋଲିସ୍‌ ଏଏସ୍‌ଆଇ କେସ୍‌ ରଫାଦଫା କରିବା ପାଇଁ ଲାଞ୍ଚ ମାଗୁଛନ୍ତି । ପାଞ୍ଚ ହଜାର ଟଙ୍କା ଓ ପାଞ୍ଚ କିଲୋ ଚିଙ୍ଗୁଡ଼ି ଦେଲେ ମାମଲା ସଫା ହୋଇଯିବ । ଚାନ୍ଦବାଲି ଥାନାର ଜଣେ ଅଧିକାରୀଙ୍କ ନାଁ ଉଠୁଛି ଏହି ଅଡ଼ିଓରେ । ତେବେ ଏହାର ସତ୍ୟତା ନେଇ ତଦନ୍ତ କରିବାକୁ ଦାବି ହୋଇଛି । ଯଦି ଘଟଣା ସତ ତାହାହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଲୋକେ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ଏହା ଏକ ଅତି ପୁରୁଣା ଅଡ଼ିଓ ଏବଂ କେହି ଜାଣିଶୁଣି ଏହାକୁ ଭାଇରଲ୍‌ କରିଥିବା କୁହାଯାଇଛି । ସେ ଯାହା ବି ହେଉନା କାହିଁକି, ଘଟଣାକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି । ତେଣୁ ଉପରିସ୍ଥ ଅଧିକାରୀମାନେ ଏହାର ତଦନ୍ତ କରିବା ଦରକାର । ଅବଶ୍ୟ ଏଯାଏ ଏନେଇ ପୋଲିସ୍‌ର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.