ଦମଦାର୍‌ ଫିଚର୍ସ ସହିତ Samsung Galaxy M42 5G ଆଜି ଭାରତରେ ହେଲା ଲଞ୍ଚ୍‌, ଜାଣନ୍ତୁ ଦାମ୍‌

କୋରିୟାନ୍‌ କମ୍ପାନୀ Samsung ନିଜର ନୂଆ ସ୍ମାର୍ଟଫୋନ Galaxy M42 5G ଆଜି ଭାରତରେ ଲଞ୍ଚ୍‌ କରିଛି। ଏହି ସ୍ମାର୍ଟଫୋନ ଗତବର୍ଷ ଲଞ୍ଚ୍‌ ହୋଇଥିବା Galaxy A42ର ରିବ୍ରାଣ୍ଡେଡ୍‌ ଭର୍ସନ। ଏହି ଲିଡିଂ ଫୋନ୍‌ରେ ଓ୍ଵାଟର ଡ୍ରପ୍‌ ନଚ୍‌ ଡିସ୍‌ପ୍ଲେ, ଇନ୍‌ ଡିସ୍‌ପ୍ଲେ ପିଙ୍ଗରପ୍ରିଣ୍ଟ ସ୍କାନର ଏବଂ ଷ୍ଟ୍ରଙ୍ଗ୍‌ ପ୍ରୋସେସର ଦିଆଯାଇଛି।

Galaxy M42 5G ୬.୬ ଇଞ୍ଚର ଏଚ୍‌ଡି ପ୍ଲସ୍‌ ସୁପର ଏମୋଲେଡ୍‌ ଇନଫିନିଟି-ୟୁ ଡିସ୍‌ପ୍ଲେ ସହିତ ଆସିଛି। ଏଥିରେ ବଢ଼ିଆ ପରଫର୍ମାନ୍ସ ପାଇଁ Qualcommର Snapdragon 750 ପ୍ରୋସେସର ଦିଆଯାଇଛି। ଏଥିସହିତ ୟୁଜରମାନଙ୍କୁ ହ୍ୟାଣ୍ଡସେଟ୍‌ରେ 6,000mAh ବ୍ୟାଟେରି ମିଳିବ, ଯାହାକି 15W ଫାଷ୍ଟ ଚାର୍ଜିଂ ସପୋର୍ଟ କରିବ।

Samsung Galaxy M42 5Gର ଦାମ୍‌

6GB ରାମ୍‌ ଓ 128GB ଷ୍ଟୋରେଜ୍‌ ସହିତ ବେସ୍‌ ମଡେଲ ପାଇଁ Samsung Galaxy M42 5Gର ଦାମ୍‌ ୨୧,୯୯୯ ଟଙ୍କା ରହିଛି। ସେହିପରି 8GB ରାମ୍‌ ଓ 128GB ଷ୍ଟୋରେଜ୍‌ ସହିତ ଏହା ୨୩,୯୯୯ ଟଙ୍କାରେ ଆସୁଛି। ତେବେ କମ୍ପାନୀ Galaxy M42 5Gର ପ୍ରାରମ୍ଭିକ ମୂଲ୍ୟ ବା introductory price ୧୯,୯୯୯ ଟଙ୍କା ରଖିଛି। ଏହି ସ୍ମାର୍ଟଫୋନ୍‌କୁ Samsung.com ଏବଂ Amazon Indiaରେ କିଣାଯାଇ ପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.