ଗ୍ରାହକଙ୍କୁ ସତର୍କ କଲା SBI! ଏମିତି QR କୋଡ୍‌ ସ୍କାନ କରିବ ତ ଆକାଉଣ୍ଟ ହୋଇଯିବ ଖାଲି, ଦେଖନ୍ତୁ ଭିଡିଓ

କରୋନା ମହାମାରୀ ଭିତରେ ସେପଟେ ଡିଜିଟାଲ ବ୍ୟାଙ୍କିକ୍‌ର ବ୍ୟବହାର ବି ବହୁଳ ଭାବେ ବଢ଼ି ଚାଲିଛି। ଲୋକେ ଅନଲାଇନ ଉପାୟରେ ପଇସା ଲେଣଦେଣ କରୁଛନ୍ତି। ହେଲେ ଏହାର ଭରପୂର ସୁଯୋଗ ନେଉଛନ୍ତି ଅନଲାଇନ ଠକ। ବ୍ୟାଙ୍କ୍‌ ୟୁଜରମାନଙ୍କୁ ଠକି ଆକାଉଣ୍ଟରୁ ଗାଏବ କରି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ତେଣୁ ଏଭଳି ସ୍ଥିତିରେ ଆପଣ ଯେତେ ସମ୍ଭବ ସତର୍କ ରହି କାମ କରିବେ ଏବଂ ଅନଲାଇନ ବ୍ୟାଙ୍କିକ୍‌ ବ୍ୟବହାର ସମୟରେ ସାବଧାନତା ଅବଲମ୍ବନ କରିବେ।

QR କୋଡ୍‌ରୁ ପେମେଣ୍ଟ ଉପରେ SBI କଲା ସତର୍କ

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(SBI) ବ୍ୟାଙ୍କିକ୍‌ ଠକେଇରୁ ବର୍ତ୍ତିବା ପାଇଁ ଟ୍ଵିଟରରେ ମଝିରେ ମଝିରେ ନିଜ ଗ୍ରାହକମାନଙ୍କୁ ସତର୍କ କରାଇଥାଏ। ନିକଟରେ SBI QR କୋଡ୍‌ ସ୍କାନ୍‌କୁ ନେଇ ଆଉ ଏକ ସତର୍କତା ଜାରି କରିଛି। SBI କହିଛି, ଅନ୍ୟ କାହା ଆଡ଼ୁ ପଠାଯାଇଥିବା QR କୋଡ୍‌କୁ କଦାପି ସ୍କାନ କରନ୍ତୁ ନାହିଁ। ନଚେତ୍‌ ଆପଣଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ। ଆପଣଙ୍କ ଖାତାରୁ ପଇସା କଟିଯିବ।

ଏମିତି ହୋଇଥାଏ QR କୋଡ୍‌ରୁ ବ୍ୟାଙ୍କ୍‌ ଠକେଇ

QR କୋଡ୍‌ ଜରିଆରେ କେମିତି ହୋଇଥାଏ ଏହି ବ୍ୟାଙ୍କ୍‌ ଠକେଇ, ତାହାକୁ ବୁଝାଇବା ପାଇଁ SBI ଏକ ବଢ଼ିଆ ଭିଡିଓ ମଧ୍ୟ ଶେୟାର କରିଛି। ଏଭଳି ଠକେଇର ଶିକାର ଦେଶର ହଜାର ହଜାର ଲୋକ ହୋଇ ସାରିଲେଣି। ଭିଡିଓ ଅନୁସାରେ, ଜଣେ ଅନଲାଇନ ଠକ ଗ୍ରାହକଙ୍କୁ ଡାୟନିଙ୍ଗ୍‌ ଟେବୁଲର ପେମେଣ୍ଟ ରିସିଭ୍‌ ପାଇଁ QR କୋଡ୍‌ ପଠାଉଛି। ଏଠି ଗ୍ରାହକ ସତର୍କ ରହିବା ଉଚିତ କି, QR କୋଡ୍‌ ସବୁବେଳେ ପେମେଣ୍ଟ କରିବା ପାଇଁ ବ୍ୟବହାର ହୋଇଥାଏ, ପେମେଣ୍ଟ ରିସିଭ୍‌ ପାଇଁ ନୁହେଁ। ଏଥିପାଇଁ ଗ୍ରାହକ ଏହି ରିକ୍ୱେଷ୍ଟକୁ ମାନିବା ଉଚିତ ନୁହେଁ। ଯଦି ସେ QR କୋଡ୍‌ ସ୍କାନ କରୁଛନ୍ତି, ତ ତାଙ୍କ ଖାତାରୁ ପଇସା କଟିଯାଉଛି।

ATMରେ QR କୋଡ୍‌ରୁ ବାହାରି ପାରିବ ପଇସା

SBI କିଛିଦିନ ପୂର୍ବେ ବିନା ଡେବିଟ କାର୍ଡରେ ଏଟିଏମ୍‌ରୁ ପିଇସା ବାହାର କରିବାର ସୁବିଧା ଆରମ୍ଭ କରିଥିଲା। ଏଥିପାଇଁ ଆପଣଙ୍କ ସ୍ମାର୍ଟଫୋନରେ YONO ଆପ୍‌ ରହିବା ଜରୁରୀ। ତେବେ ATMରେ ଏକ ବିକଳ୍ପ ଥିବ, QR କୋଡ୍‌ ସ୍କାନ। ଏହା ଉପରେ କ୍ଲିକ୍‌ କରିବେ ଏବଂ YONO ଆପ୍‌ରୁ କୋଡ୍‌କୁ ସ୍କାନ କରିବେ। ଏହାପରେ କ୍ୟାଶ ଅମାଉଣ୍ଟ ଦେବେ ଏବଂ ENTER ମାରିବେ। ଏବେ ଆପଣଙ୍କ କାମ ହୋଇଯିବ। ଏଥିପାଇଁ ଆପଣଙ୍କୁ କୌଣସି OTPର ଆବଶ୍ୟକତା ପଡ଼ିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.