ରାଜ୍ୟରେ ତିଆରି ହେବ ହଇଜା, ମ୍ୟାଲେରିଆ ଟିକା : 5T ଅଧ୍ୟକ୍ଷଙ୍କ ବାୟୋଟେକ୍ ପାର୍କ ପରିଦର୍ଶନ ବେଳେ ଦେଲେ ନିର୍ଦ୍ଦେଶ

ଅନ୍ଧାରୁଆସ୍ଥିତ ସାପିଜେନ ବାୟୋଲୋଜିକ୍ସ ଭାକ୍ସିନ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ହଇଜା ଓ ମ୍ୟାଲେରିଆ ବ୍ୟାଧି ପାଇଁ ଓଡ଼ିଶାରେ ତିଆରି ହେବ ଟିକା । ଆସନ୍ତା ୩ ମାସ ମଧ୍ୟରେ କାରଖାନା କାର୍ଯ୍ୟକ୍ଷମ କରିବା ନିମନ୍ତେ ସହାୟତା ଯୋଗାଇଦେବାକୁ ସମସ୍ତ ସରକାରୀ ଏଜେନ୍ସିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ୱର (କେନ୍ୟୁଜ): ହଇଜା ଓ ମ୍ୟାଲେରିଆ ବ୍ୟାଧି ପାଇଁ ଓଡ଼ିଶାରେ ତିଆରି ହେବ ଟିକା । ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶା ସୁନାମ ବଢିବ ଆଉ ପ୍ରତିଟି ଜୀବନ ସୁରକ୍ଷିତ ହୋଇପାରିବ । ଏହି କ୍ରମରେ ଅନ୍ଧାରୁଆ ସ୍ଥିତ ଓଡ଼ିଶା ବାୟୋଟିକ୍ ପାର୍କରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ସାପିଜେନ୍ ବାୟୋଲଜିକ୍ସର ବୃହତ ଟିକା ଉତ୍ପାଦନ ୟୁନିଟ୍ । 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପ୍ଲାଣ୍ଟ ପରିଦର୍ଶନ କରି କହିଛନ୍ତି, ବିଶ୍ବ ଜନସଂଖ୍ୟା ୧୦ ଗୁଣା ଟିକା ଉତ୍ପାଦନ କରିବ ଓଡ଼ିଶା । ଭୁବନେଶ୍ବର ଅନ୍ଧାରୁଆ ଠାରେ ଥିବା ପ୍ଲାଣ୍ଟ ପରିଦର୍ଶନ କରି ଏହାର ସମୀକ୍ଷା କରିଛନ୍ତି। ଚଳିତ ବର୍ଷ ମେ ମାସ ସୁଦ୍ଧା ଭାକ୍ସିନ ପ୍ଲାଣ୍ଟରୁ ବାଣିଜ୍ୟିକ ଉତ୍ପାଦ ଆରମ୍ଭ ହେବ।

ଭାକସିନ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଠାରୁ ଦୈନିକ ୨କୋଟି ୪ଲକ୍ଷ ଡୋଜ ପ୍ରସ୍ତୁତ ହେବ। ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଦେଶରେ ବୃହତ ଭାକସିନ ଉତ୍ପାଦକ ରାଜ୍ୟ ଭାବେ ଓଡ଼ିଶା ପରିଗଣିତ ହେବ। ପ୍ଲାଣ୍ଟର ସବ ୟୁନିଟ ପରିଦର୍ଶନ କରିବା ଏହା ପରିଚାଳନା କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ପାଣ୍ଡିଆନ। ୧୫ଶହ କୋଟି ଟଙ୍କାରେ ଏହି ଭାକସିନ ପ୍ଲାଣ୍ଟ ନିର୍ମାଣ କରାଯାଉଛି। ଏହା ମାଧ୍ୟରେ ୧୫ଶହ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ହଇଜା, ମ୍ୟାଲେରିଆ ଭଳି ୧୫ପ୍ରକାର ରୋଗ ପାଇଁ ଏଠାରୁ ଟିକା ଉତ୍ପାଦନ ହେବ।