ଓଡ଼ିଶାରେ କେଉଁଠି କେବେ ହେବ ଭୋଟ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଏପ୍ରିଲ୍‌ ୧୧ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଆସନ କଳାହାଣ୍ଡି, ନବରଙ୍ଗପୁର, ବହ୍ମପୁର, କୋରାପୁଟ ଲୋକସଭା ପାଇଁ ମତଦାନ ହେବ । ଏପ୍ରିଲ୍‌ ୧୮ ତାରିଖ ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼,ବଲାଙ୍ଗିର, କନ୍ଧମାଳ, ଆସ୍କାରେ ଭୋଟ ଗ୍ରହଣ ହେବ । ଏପ୍ରିଲ୍‌ ୨୩ ତାରିଖ ତୃତୀୟ ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱରରେ ମତଦାନ ହେବ । ଏପ୍ରିଲ୍‌ ୨୯ ତାରିଖ ୪ର୍ଥ ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହେବ । ସେହିପରି ଏସବୁ ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ସମସ୍ତ ବିଧାନସଭା ଆସନ ପାଇଁ ମଧ୍ୟ ଭୋଟିଂ ହେବ ।

 

Leave A Reply

Your email address will not be published.