ନିର୍ବାଚନ ତାରିଖ ଘୋଷଣା ପରେ ଆସିଲା ପ୍ରଥମ ସର୍ଭେ, ଜାଣନ୍ତୁ କିଏ ଦଖଲ କରିବ କ୍ଷମତା ସିଂହାସନ

ବାଜିଲା ବିଗୁଲ୍ । ଘୋଷଣା ହେଲା ନିର୍ବାଚନ ତାରିଖ । ଚଳିତ ଥର ୭ ଟି ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ । ଏପ୍ରିଲ ୧୧ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ମେ’ ମାସ ୧୯ ତାରିଖରେ ହେବ ସପ୍ତମ ଅର୍ଥାତ ଶେଷ ପର୍ଯ୍ୟାୟ ନିର୍ବାଚନ । ମେ’ ୨୩ ତାରିଖରେ ହେବା ମତଗଣନା ।

ଚଳିତ ଥର ୧୦ ଲକ୍ଷ ପୋଲିଂ ବୁଥ୍ ତିଆରି କରାଯାଇଛି । ଏଥର ରାଜନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୦ କୋଟି ଭୋଟର । ନିର୍ବାଚନ ତାରିଖ ଘୋଷଣା ହେବା ପରେ ପୁଣି ଥରେ ବିଜେପି ସରକାର ଆସିବ ବୋଲି ଭରସା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ଏଥର କିଏ ମାରିବ ବାଜି । କିଏ ଦଖଲ କରିବ କ୍ଷମତାର ସିଂହାସନ । ଏନେଇ ସର୍ଭେ କରିଛି ଇଣ୍ଡିଆ ଟିଭି, ସିଏନଏକ୍ସ । ଆସିଛି ଓପିନିୟନ୍ ପୋଲ୍ ।

ଏହି ପୋଲ୍ ଅନୁସାରେ, ବିଜେପି କୁ ୫୪୩ ସିଟରୁ ମିଳିପାରେ ୨୩୮ ସିଟ୍ । ଯେତେବେଳେ କି କଂଗ୍ରେସକୁ ୮୨ରେ ମନ ଶାନ୍ତି କରିବାକୁ ପଡିବ । ସେହିପରି ଟିଏମସି ୩୦ ଏବଂ ବିଜେଡି ଖାତାରେ ଆସିପାରେ ୧୪ ଟି ସିଟ୍ । ଯଦି ଏହି ଓପିନିୟନ୍ ପୋଲକୁ ୨୦୧୪ ସହ ତୁଳନା କରାଯାଏ ତେବେ ବିଜେପିକୁ ୪୪ ସିଟର କ୍ଷତି ସହିବାକୁ ପଡିପାରେ । ଯେତେବେଳେ କି ୩୮ଟି ସିଟ୍ ଲାଭରେ ରହିବ କଂଗ୍ରେସ୍ । ତଥାପି ୧୦୦ ର କଂଟା ପାର କରିପାରିବ ନାହିଁ କଂଗ୍ରେସ୍ । ସେହିପରି ଏନଡିଏ କଥା ଯଦି କହିବା, ତେବେ ଏନଡିଏକୁ ୨୮୫ ସିଟ୍ ମିଳିପାରେ ଏବଂ ୟୁପିଏ ଖାତାକୁ ୧୨୦ ସିଟ୍ ଆସିପାରେ । ଅନ୍ୟାନ୍ୟକୁ ଯାଇପାରେ ୧୩୨ ସିଟ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.