Below header

ମୋହାଲିରେ ମାତ୍‌ ଦେଲା ଅଷ୍ଟ୍ରେଲିଆ, ଭାରତ ୪ ଓ୍ଵିକେଟ୍‌ରେ ପରାସ୍ତ ସିରିଜ୍‌ ଏବେ ୨-୨

ମୋହାଲି : ହ୍ୟାଣ୍ଡସ୍କମ୍ବଙ୍କ ଶତକ ଏବଂ ଖ୍ଵାଜା ଓ ଟର୍ଣ୍ଣରଙ୍କ ଜୋରଦାର ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ଆଜି ଚତୁର୍ଥ ଦିନିକିଆକୁ ସହଜରେ ଜିତି ନେଇଛି । ଭାରତ ରଖିଥିବା ୩୫୯ ରନ୍‌ର ବିଶାଳ ଲକ୍ଷ୍ୟ ବି ମୋହାଲିରେ କମ୍‌ ପଡ଼ିଛି । ଆହୁରି ୧୩ଟି ବଲ୍‌ ବାକି ଥାଇ ଅଷ୍ଟ୍ରେଲିଆ ୪ ଓ୍ଵିକେଟ୍‌ରେ ବିଜୟୀ ହୋଇଛି । ମ୍ୟାଚ୍‌ ଜିତି କଙ୍ଗାରୁ ଦଳ ୫ ମ୍ୟାଚ୍‌ ସିରିଜ୍‌ରେ ୨-୨ ସମାନ ସ୍ତରକୁ ଚାଲି ଆସିଛି । ପଞ୍ଚମ ତଥା ଅନ୍ତିମ ମ୍ୟାଚ୍‌ ଦିଲ୍ଲୀରେ ୧୩ ତାରିଖ ଦିନ ଖେଳାଯିବ ।
ଅଷ୍ଟ୍ରେଲିଆ ପକ୍ଷରୁ ହ୍ୟାଣ୍ଡସ୍କମ୍ବ ୧୦୫ ବଲ୍‌ରେ ସର୍ବାଧିକ ୧୧୭ (୮ ଚୌକା, ୩ ଛକା), ଗତ ମ୍ୟାଚ୍‌ରେ ଶତକ କରିଥିବା ଉସମାନ ଖ୍ଵାଜା ୯୧ (୯୯ ବଲ୍‌, ୭ ଚୌକା) ଏବଂ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ଜିତାଇଥିବା ଯୁବ ଖେଳାଳି ଆଷ୍ଟନ୍‌ ଟର୍ଣ୍ଣର୍‌ ମାତ୍ର ୪୩ଟି ବଲ୍‌ରେ ୮୪ ରନ୍‌ (୫ ଚୌକା, ୬ ଛକା) କରିଥିଲେ ।
ପୂର୍ବରୁ ଭାରତୀୟ ଦଳ ୯ ଓ୍ଵିକେଟ୍‌ ହରାଇ କରିଥିଲା ୩୫୮ ରନ୍‌ ।

ସ୍କୋର : ଭାରତ-୩୫୮/୯, ୫୦ ଓଭର (ରୋହିତ ଶର୍ମା ୯୫, ଶିଖର ଧବନ୍‌ ୧୪୩, ରାହୁଲ ୨୬, କୋହଲି ୭, ପନ୍ତ ୩୬, କେଦାର ଯାଦବ ୧୦, ବିଜୟ ଶଙ୍କର ୨୬, ଭୁବନେଶ୍ୱର କୁମାର ୧, କୁଲଦୀପ ଯାଦବ ଅପରାଜିତ ୧, ଚହଲ ୦, ବୁମରା ଅପରାଜିତ ୬ । କମିନ୍ସ ୧୦-୦-୭୦-୫, ରିଚାର୍ଡ଼ସନ୍‌ ୯-୦-୮୫-୩) ।
ଅଷ୍ଟ୍ରେଲିଆ-୩୫୯/୬, ୪୭.୫ ଓଭର (ଖ୍ଵାଜା ୯୧, ହ୍ୟାଣ୍ଡସ୍କମ୍ବ ୧୧୭, ଟର୍ଣ୍ଣର୍‌ ଅପରାଜିତ ୮୪ । ବୁମରା ୮.୫-୦-୬୩-୩) ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.