Below header

୩୭ ବର୍ଷ ପରେ ଫେରାର ଡକାୟତ କେନ୍ଦ୍ରାପଡ଼ାରୁ ଗିରଫ

କେନ୍ଦ୍ରାପଡ଼ା(କେନ୍ୟୁଜ୍):  ୩୭ ବର୍ଷ ପରେ ଫେରାର ଡକାୟତ ଗିରଫ । ଜାମିନ ବିହୀନ ଗିରଫ ପରଓ୍ଵାନା ଥିବା ଜଣେ ଡକାୟତକୁ ବାନ୍ଧିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ପୋଲିସ । ଏନବିଡବ୍ଲ୍ୟୁ ନେଇ ଚାଲିଥିବା ସ୍ପେଶାଲ୍‌ ଡ୍ରାଇଭ୍‌ ବେଳେ ସପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ଏଥିପାଇଁ ପାଟକୁରା ଥାନାକୁ ସାବାସୀ ଜଣାଇଛନ୍ତି ପୋଲିସ ଡିଜି ।

ଗିରଫ ଅଭିଯୁକ୍ତର ନାଁ ଅକ୍ଷୟ ଜେନା । ତାକୁ ୧୮ ବର୍ଷ ହୋଇଥିବା ବେଳେ ଯାଜପୁର ରୋଡ୍‌ ଅଞ୍ଚଳରୁ ଡକାୟତି କରି ଫେରାର ଥିଲା । ସେ ଘରକୁ ଆସିଥିବା ଖବର ପାଇ ବାନ୍ଧିଛି ପାଟକୁରା ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.