Below header

ଭୋଲେ ଭକ୍ତଙ୍କ ପାଇଁ ଖୁସି ଖବର, ୨୮ ଜୁନ୍‌ରୁ ୧୨ ଅଗଷ୍ଟ ଯାଏ ହେବ ଅମରନାଥ ଯାତ୍ରା

ନୂଆଦିଲ୍ଲୀ : ଭୋଲେ ବାବା ଭକ୍ତଙ୍କ ପାଇଁ ଖୁସି ଖବର । ଅମରନାଥ ଯାତ୍ରା କାର୍ଯ୍ୟକ୍ରମ ଘୋଷଣା କରାଯାଇଛି । ଅମରନାଥ ଯାତ୍ରା ୨୮ ଜୁନ୍‌ରୁ ଆରମ୍ଭ ହୋଇ ୨୨ ଅଗଷ୍ଟ ଯାଏ ଚାଲୁ ରହିବ । କରୋନା ସଂକ୍ରମଣ ଯୋଗୁ ଗତ ବର୍ଷ ଯାତ୍ରା ବନ୍ଦ କରିଦିଆଯାଇଥିଲା । ଫଳରେ ଗତବର୍ଷ ଶ୍ରଦ୍ଧାଳୁ ଭୋଲେନାଥଙ୍କ ଦର୍ଶନ ପାଇବାରୁ ବଞ୍ଚିତ ରହିଥିଲେ ।

amarnath jatra
photo credit: amarnath jatra

ଅମରନାଥ ଗୁମ୍ଫା ଶ୍ରୀନଗରରୁ ପ୍ରାୟ ୧୪୫ କିଲୋମିଟର ଦୂର ହିମାଳୟ ପର୍ବତ ଶିଖରରେ ଅବସ୍ଥିତ । ସମୁଦ୍ର ପତନ ଠାରୁ ଏହା୩,୯୭୮ ମିଟର ଉଚ୍ଚରେ ସ୍ଥିତ ଏହି ଗୁମ୍ଫା ୧୫୦ ଫୁଟ ଉଚ୍ଚ ଓ ୯୦ ଫୁଟ୍‌ ଚଉଡା ଅଟେ । ୨୦୧୯ ମସିହାରେ ମଧ୍ୟ ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପାଇଁ ଯାତ୍ରାକୁ ୫ ଅଗଷ୍ଟରୁ ବନ୍ଦ କରିଦିଆଯାଇଥିଲା । ଯେଉଁଥିପାଇଁ ଯାତ୍ରାର ଶେଷ ସମୟରେ ଯିବାକୁ ଇଚ୍ଛୁକ ଥିବା ଭକ୍ତ ଯାଇପାରି ନଥିଲେ ।

ତେବେ ଚଳିତ ବର୍ଷ ଅମରନାଥ ଯାତ୍ରା ସମୟ ଘୋଷଣା କରାଯାଇଥିଲେ ମଧ୍ୟ କେତେକ କଟକଣା ମଧ୍ୟରେ ଏହି ଯାତ୍ରା ହେବ ବୋଲି ଜଣାପଡ଼ିଛି । ଯାତ୍ରାକୁ ଆସିଥିବା ଭକ୍ତଙ୍କ କରୋନା ଯାଞ୍ଚ୍‌ ଜମ୍ମୁ ଠାରେ କରାଯିବ । ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍‌ ଆସିବ ସେମାନଙ୍କୁ ଯାତ୍ରାରେ ସୁଯୋଗ ଦିଆଯିବ ବୋଲି ବୋର୍ଡ ବୈଠକରେ ନିଷ୍ପ୍‍ତ୍ତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.