ଘୋଷଣା ହେଲା କରୋନା କଟକଣା ନିୟମ, ଠିକ୍‌ ଭାବରେ ମାସ୍କ ନପିନ୍ଧିଲେ ଓହ୍ଲାଇ ଦିଆଯିବ ବିମାନରୁ

ନୂଆଦିଲ୍ଲୀ : ବଢ଼ୁଥିବା କରୋନା ସଂକ୍ରମଣର ନୂଆ ଷ୍ଟ୍ରେନକୁ ଦେଖି ବିମାନ ଚଳାଚଳ ବିଭାଗ ତରଫରୁ ନୂଆ ନିୟମ ଲାଗୁ କରାଯାଇଛି । ଯେଉଁ ଯାତ୍ରୀମାନେ ମାସ୍କ ପିନ୍ଧିବାର ନିୟମ ପାଳନ କରିବେ ନାହିଁ ସେମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯିବ ବୋଲି ବେସାମରିକ ବିମାନ ଚଳାଚଳ ବିଭାଗ ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି ।

ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ ଯାତ୍ରୀମାନେ ବିମାନକୁ ଚଢ଼ିବା ପରେ ମାସ୍କ ପିନ୍ଧିବା ନିୟମ ପାଳନ କରୁନାହାଁନ୍ତି । ଏହାଛଡ଼ା ସାମାଜିକ ଦୂରତ୍ୱ ମଧ୍ୟ ରକ୍ଷା କରୁନାହାଁନ୍ତି । ବିମାନ ବନ୍ଦରରେ ମଧ୍ୟ ଯାତ୍ରୀ ମାସ୍କ ଓ ସାମାଜିକ ଦୂରତ୍ୱ ପାଳନ କରୁନାହାଁନ୍ତି । ଯଦି କୌଣସି ଯାତ୍ରୀ ବିମାନ ବନ୍ଦରରେ କୋଭିଡ୍‌ ନିୟମ ପାଳନ ନ କରନ୍ତି ।

କିମ୍ବା ବିମାନକୁ ଚଢ଼ିବା ଠାରୁ ବିମାନରୁ ଓହ୍ଲାଇବା ଯାଏ ଓ ବିମାନ ବନ୍ଦରରେ ଥିବା ବେଳେ କରୋନା ନିୟମ କଡ଼ାକଡ଼ି ପାଳନ ନକରନ୍ତି ତେବେ ସେମାନଙ୍କ ଉପରେ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯିବା ସହ ସେମାନଙ୍କା ଟିକେଟ ମଧ୍ୟ କ୍ୟାନ୍‌ସଲ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.