ପୋଷ୍ଟର ଓ ଟିଜର ପରେ ଏବେ ଫିଲ୍ମ ‘ଚେହେରେ’ର ପ୍ରମୋଶନ୍‌ରୁ ବି ବାଦ୍‌ ପଡ଼ିବେ ରିୟା ଚକ୍ରବର୍ତ୍ତୀ!

ରୁମି ଜାଫ୍‌ରୀଙ୍କ କ୍ରାଇମ୍‌ ଥ୍ରୀଲର ଫିଲ୍ମ ‘ଚେହେରେ’ର ରିଲିଜ୍‌ ତାରିଖ ସହ ଫିଲ୍ମର ପ୍ରମୋଶନ୍‌କୁ ନେଇ ଟିମ୍‌ ବିଚାରବିମର୍ଶ କରୁଥିବା ଜଣାଯାଇଛି। ରିପୋର୍ଟ ମୁତାବକ, ଟିମ୍‌ ଏବେ ଫିଲ୍ମରେ ଇମ୍‌ରାନ୍‌ ହାସ୍‌ମୀଙ୍କ ସହ ଲିଡ୍‌ ରୋଲ୍‌ରେ ଅଭିନୟ କରୁଥିବା ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରମୋଶନ୍‌ ପାଇଁ ନିଆଯିବ କି ନାହିଁ ସେ ନେଇ ଚିନ୍ତା କରୁଛି।

ସୂଚନାଯୋଗ୍ୟ ଯେ ଗତବର୍ଷ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ରିୟା ଚକ୍ରବର୍ତ୍ତୀ ବିବାଦରେ ଥିଲେ। ତାଙ୍କର ଡ୍ରଗ୍ସ ଲିଙ୍କ୍‌ ଥିବା ମଧ୍ୟ ପ୍ରମାଣ ମିଳିଥିଲା। ଏହା ପରେ ଏନ୍‌ସିବି ତାଙ୍କୁ ଗିରଫ କରି ନେଇଥିଲା। ବଲିଉଡ୍‌ର ଡ୍ରଗ୍ସ ଲିଙ୍କ୍‌ ଥିବା ପ୍ରମାଣ ମିଳିବା ପରେ ରିୟା ଚକ୍ରବର୍ତ୍ତୀଙ୍କ ସମେତ ତାଙ୍କ ଭାଇ ଓ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଲୋକ ବନ୍ଧା ହୋଇଥିଲେ। ଏହି ମାମଲା ପରେ ଲୋକମାନେ ରିୟାଙ୍କୁ ନିନ୍ଦା କରିବା ଆରମ୍ଭ କରିଥିଲେ। ଏଣୁ ରିୟାଙ୍କୁ ଫିଲ୍ମ ପ୍ରମୋଶନ ପାଇଁ ନେଲେ ସମସ୍ୟା ହେବ ବୋଲି ଅନୁମାନ କରାଯାଉଛି।

Video Courtesy: Saregama Music

ପ୍ରକାଶ ଯେ କିଛି ଦିନ ତଳେ ଚେହେରେ ଫିଲ୍ମର ଟିଜର ରିଲିଜ୍‌ ହୋଇଥିଲା। ସେଥିରେ ମଧ୍ୟ ରିୟା ନଥିଲେ। ଅନ୍ୟପଟେ କିଛି ସପ୍ତାହ ପୂର୍ବରୁ ଏକ ଇଣ୍ଟରଭ୍ୟୁରେ ଡାଇରେକ୍ଟର ରୁମି ଜାଫରୀ ଖୁଲାସା କରି କହିଥିଲେ ଯେ, ମୁଁ ଆରମ୍ଭରୁ କହୁଛି ରିୟା ଚକ୍ରବର୍ତ୍ତୀ ନିର୍ଦ୍ଦୋଷ। ସେ ଓ ତାଙ୍କ ପରିବାର ସହ ଏସବୁ କିଛି ଠିକ୍‌ ହେଉନାହିଁ। ତାଙ୍କ ପରିବାର ଦୀର୍ଘ ବର୍ଷ ଧରି ଦେଶ ସେବା କରିଛନ୍ତି। ମୁଁ ପୂର୍ବରୁ ବି ରିୟାଙ୍କ ସହ କାମ କରୁଛି। ଲକ୍‌ଡାଉନ୍‌ ପରେ ମୁଁ ରିୟା ଓ ସୁଶାନ୍ତଙ୍କୁ ନେଇ ଏକ ଲଭ୍‌ଷ୍ଟୋରୀ ଫିଲ୍ମ ମଧ୍ୟ ଲଣ୍ଡନରେ ସୁଟିଂ କରିବାର ଥିଲା। କିନ୍ତୁ ଭଗବାନ ବୋଧେ ଆଉ କିଛି ଚାହୁଁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.