Below header

ଜନ୍ମମାଟିରେ ଶ୍ରମବୀରଙ୍କୁ ଦେଖି ପରିବାର ଲୋକଙ୍କ ଖୁସି କହିଲେ ନସରେ

ବାଙ୍ଗିରିପୋଷି ବ୍ଲକ ବେଢାକୁଦର ଗାଁର ଧୀରେନ ନାୟକ, ଜଗିବନ୍ଧ ଗାଁର ବିିଶ୍ୱେଶ୍ୱର ନାୟକ ଓ ତିରିଂ ଥାନା ଅଞ୍ଚଳର ରାଜୁ ନାୟକ ଗାଁରେ ପହଞ୍ଚିଛନ୍ତି । ସେମାନଙ୍କୁ ପାଖରେ ପାଇ ପରିବାର ଲୋକ ଖୁସି । ପହଁଚିବା କ୍ଷଣି ସେମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ପରିବାର ଲୋକଙ୍କ ସହ ଗ୍ରାମବାସୀ ।

ବାଙ୍ଗିରିପୋଷି (କେନ୍ୟୁଜ): କାହା ହାତରେ ଫୁଲ ତୋଡା ତ କିଏ ଗୋଡ ଧୁଆ ହେବା ପାଇଁ ବାଲ୍ଟିରେ ହଳଦୀ ପାଣି ଆଣି ଥୋଉଛି । ଦୁବ,ଚାଉଳ,ଫୁଲ ଧରି ଅ.ପେକ୍ଷା କରିଛନ୍ତି ଶ୍ରମବୀରଙ୍କୁ ସେମାନଙ୍କ ପରିବାର ଲୋକେ। ସମସ୍ତଙ୍କ ମୁହଁରେ ଖୁସି ବାରି ହୋଇପଡୁଛି । ମା ତାର ପୁଅକୁ, ସ୍ତ୍ରୀ ତାର ସ୍ୱାମୀକୁ ଆଉ ପିଲାମାନେ ସେମାନଙ୍କ ବାପାଙ୍କୁ ଚାତକ ଭଳି ଅପେକ୍ଷା କରି ରଖିଛନ୍ତି ।

ଏତିକି ପହଁଚିଗଲା ଗାଡି, ଆଉ ଗାଡି ଭିତରୁ ବାହାରିଲେ ଶ୍ରମବୀର । ଜନ୍ମମାଟିରେ ଶ୍ରମବୀରଙ୍କୁ ଦେଖି ପରିବାର ଲୋକଙ୍କ ଖୁସି କହିଲେ ନସରେ। କିଏ ପୁଅ ପହଁଚିବା ପରେ ବାପା,ମା କୋଳେଇ ନେଉଛନ୍ତି, କାନିରେ ମୁହଁକୁ ପୋଛି ପକାଉଛନ୍ତି। ଆଉ ଏକ ମା’ ଟିର ଖୁସି କହିଲେ ନସରେ । ପୁଅକୁ କୁଣ୍ଢାଇ ପକାଉଛି ସେ । ତା ନୟନ ପିତୁଳା ତା କୋଳକୁ ଫେରିଆସିଛି, ଏକଥା ଭାବି ଭଗବାନକୁ ସେ କେତେ ଧନ୍ୟବାଦ ଦେଉଛି । ଉତ୍ତରକାଶୀରେ ଟନେଲରୁ ଉଦ୍ଧାର ପରେ ଓଡ଼ିଶା ଫେରିଥିବା ମୟୂରଭଞ୍ଜ ଜିଲ୍ଲାର ୩ ଶ୍ରମିକ ନିଜ ଗାଁରେ ପହଞ୍ଚିଛନ୍ତି ।

ବାଙ୍ଗିରିପୋଷି ବ୍ଲକ ବେଢାକୁଦର ଗାଁର ଧୀରେନ ନାୟକ, ଜଗିବନ୍ଧ ଗାଁର ବିିଶ୍ୱେଶ୍ୱର ନାୟକ ଓ ତିରିଂ ଥାନା ଅଞ୍ଚଳର ରାଜୁ ନାୟକ ଗାଁରେ ପହଞ୍ଚିଛନ୍ତି । ସେମାନଙ୍କୁ ପାଖରେ ପାଇ ପରିବାର ଲୋକ ଖୁସି । ପହଁଚିବା କ୍ଷଣି ସେମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ପରିବାର ଲୋକଙ୍କ ସହ ଗ୍ରାମବାସୀ। ଫୁଲ ମାଳ ଦେଇ, ବନ୍ଧାପନା କରି ଢେର ସାରା ଆଶିର୍ବାଦ ଅଜାଡି ପକାଇଥିଲେ ଗୁରୁଜନ ମାନେ । ନିଜ ପିଲାମାନଙ୍କୁ କୋଳେଇ ପକାଇଥିଲେ ଉଦ୍ଧାର ଶ୍ରମିକ । ନିଜର ଲୋକକୁ ପାଖରେ ପାଇ କୁଣ୍ଡାଇ କାନ୍ଦିପକାଉଥିଲେ ପ୍ରିୟଜନ । ତେବେ ଏହି ଅବସରରେ ବେଶ୍ ଖୁସିର ମାହୋଲ ଖେଳିଯାଇଥିଲା ସମଗ୍ର ଅଞ୍ଚଳରେ । ନିଜ ପରିବାର ଓ ସମ୍ପର୍କୀୟଙ୍କୁ ପାଖରେ ପାଇ ବେଶ ଭାବବିହ୍ବଳ ହୋଇପଡିଥିଲେ ଶ୍ରମିକ ।

bandapana

ସୂଚନା ଥାଉକି, ଦୀର୍ଘ ୧୭ ଦିନର ପରିଶ୍ରମ ପରେ ଟନେଲରୁ ଉଦ୍ଧାର ହୋଇଥିଲେ । ପୁନର୍ଜୀବନ ପାଇଥିଲେ ୪୧ ଶ୍ରମିକ । ସେମାନଙ୍କ ଭିତରେ ଥିଲେ ଓଡ଼ିଶାର ୫ ଜଣ । ସେମାନଙ୍କ ମଧ୍ୟରୁ ୪ ଜଣ ଗତକାଲି ଓଡ଼ିଶା ଫେରିଥିଲେ । ଶ୍ରମ ମନ୍ତ୍ରୀ ସାରଦା ନାୟକ ୪ ଜଣଙ୍କୁ ଧରି ଦିଲ୍ଲୀରୁ ଆସିଥିଲେ ଭୁବନେଶ୍ବର । ପରେ ୪ ଜଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ସେମାନଙ୍କୁ ଲକ୍ଷେ ଟଙ୍କା ଲେଖାଏ ଆର୍ଥିକ ସହାୟତା ଦେଇଥିଲେ ମୁଖ୍ୟମନ୍ତ୍ରୀ । ତେବେ ସଂଘର୍ଷ ଭିତରେ ଶ୍ରମିକମାନେ ଏପରି ସଫଳତା ପୂର୍ବକ ଉଦ୍ଧାର ହେବେ ବୋଲି କେବେ ଭାବିନଥିଲେ । ହେଲେ ଏହି ଅସମ୍ଭବ କାମ ସମ୍ଭବ ହୋଇପାରିଛି । ଶ୍ରମିକମାନେ ଶେଷରେ ଉଦ୍ଧାର ହୋଇ ଘରକୁ ଫେରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.