‘ପୁଷ୍ପା ୨’ର ସୁଟିଂ ବେଳେ ଅଲ୍‌ଲୁ ଅର୍ଜୁନ ଆହତ, କିଛି ଦିନ ପାଇଁ ସୁଟିଂ ବନ୍ଦ

ଅଲ୍‌ଲୁ ଅୁର୍ଜନ ଫିଲ୍ମ ‘ପୁଷ୍ପା ୨’ର ଏକ ସିନ୍‌ ଜଥାରା ସିକ୍ୱେନ୍ସ ସୁଟିଂ କରୁଥିଲେ । ଏହି ସିନରେ ଅଲ୍‌ଲୁ  ଅର୍ଜୁନ ଜଣେ ମହିଳା ଗେଟଅପରେ ସ୍ପେଶାଲ ଡ୍ୟାନ୍ସ କରୁଥିବା ବେଳେ ତାଙ୍କ ପିଠିରେ ଆଘାତ ଲାଗିଥିଲା । ଏହାପରେ ତୁରନ୍ତ ଫିଲ୍ମର ସୁଟିଂକୁ ବନ୍ଦ କରିଦିଆଯାଇଥିଲା ।

‘ପୁଷ୍ପା’ ଫିଲ୍ମର ଜବରଦସ୍ତ ସଫଳତା ପରେ ଅଲ୍‌ଲୁ ଅର୍ଜୁନଙ୍କ ଫ୍ୟାନ୍ସଙ୍କ ତାଲିକା ବଢିବାରେ ଲାଗିଛି । ଏହି ଫିଲ୍ମର ସଫଳତା ପରେ ଦର୍ଶକେ ସିକ୍ୱେଲ ‘ପୁଷ୍ପା ୨’ ଦେଖିବାକୁ ଉତ୍ସୁକତାର ସହ ଚାହିଁ ରହିଛନ୍ତି । ଫିଲ୍ମର ସୁଟିଂ ଚାଲିଛି ହେଲେ କିଛି ସମୟ ପାଇଁ ଏବେ ସୁଟିଂ ବନ୍ଦ କରିଦିଆଯାଇଛି । ଅଲ୍‌ଲୁ ଅର୍ଜୁନଙ୍କ ଆହତ ସମସ୍ୟା ଯୋଗୁଁ ଫିଲ୍ମ ସୁଟିଂକୁ କିଛି ସମୟ ପାଇଁ ବନ୍ଦ କରିଦିଆଯାଇଛି ।

ଖବର ମୁତାବକ, ଅଲ୍‌ଲୁ ଅୁର୍ଜନ ଫିଲ୍ମର ଏକ ସିନ୍‌ ଜଥାରା ସିକ୍ୱେନ୍ସ ସୁଟିଂ କରୁଥିଲେ । ଏହି ସିନରେ ଅଲ୍‌ଲୁ  ଅର୍ଜୁନ ଜଣେ ମହିଳା ଗେଟଅପରେ ସ୍ପେଶାଲ ଡ୍ୟାନ୍ସ କରୁଥିବା ବେଳେ ତାଙ୍କ ପିଠିରେ ଆଘାତ ଲାଗିଥିଲା । ଏହାପରେ ତୁରନ୍ତ ଫିଲ୍ମର ସୁଟିଂକୁ ବନ୍ଦ କରିଦିଆଯାଇଥିଲା । ତେବେ ଆଘାତ ସମସ୍ୟା ପରେ ଫିଲ୍ମ ମେକର୍ସ ସୁଟିଂକୁ କିଛି ସମୟ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ତେବେ ଫିଲ୍ମର ସୁଟିଂ ଡିସେମ୍ବରର ଦ୍ୱିତୀୟ ସପ୍ତାହରେ ପୁଣି ହେବ । ସେପର୍ଯ୍ୟନ୍ତ ଅଲ୍‌ଲୁ   ଅର୍ଜୁନଙ୍କୁ ବିଶ୍ରାମ କରିବାକୁ କୁହାଯାଇଛି । ତେବେ ଅଲ୍‌ଲୁ  ଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ଶୁଣିବା ପରେ ଫ୍ୟାନ୍ସ ଚିନ୍ତିତ ହୋଇପଡିଛନ୍ତି । ଷ୍ଟାରଙ୍କ ସ୍ୱାସ୍ଥ୍ୟ ଜଲଦି ଠିକ୍‌ ହୋଇଯାଉ, ତାହା ଫ୍ୟାନ୍ସ କାମନା କରିଛନ୍ତି ।

ସୂଚନାଯୋଗ୍ୟ,  ୨୦୨୪ ଅଗଷ୍ଟ ୧୫ରେ ସିନେମାଘରେ ଫିଲ୍ମ ରିଲିଜ୍‌ ହେବ । ଫିଲ୍ମ ‘ପୁଷ୍ପା ୨’ରେ ଅଲ୍‌ଲୁ  ଅୁର୍ଜନଙ୍କ ସହିତ ଫହଦ ଫାସିଲ, ରଶ୍ମିକା ମନ୍ଦାନା, ସୁନୀଲ ପ୍ରକାଶ ରାଜ, ଜଗପତି ବାବୁ, ଅନୁସୂୟା ଭରଦ୍ୱାଜ ପ୍ରମୁଖ ଭୂମିକାରେ ରହିଛି ।

୨୦୨୧ରେ ପୁଷ୍ପା ହୋଇ ଅଲୁ ଅର୍ଜୁନ ପରଦାରେ ଧମାଲ କରିଥିଲେ । ଫିଲ୍ମରେ ଅଲୁ ଅର୍ଜୁନଙ୍କ ଲୁକ୍‌ଠାରୁ ଆରମ୍ଭ କରି ଡଏଲଗ୍‌ ସବୁକିଛି ଲୋକପ୍ରିୟତା ହାସଲ କରିଥିଲା । ଏହି ଫିଲ୍ମ ଦର୍ଶକଙ୍କ ହୃଦୟ ଜିତିବା ସହ ବକ୍ସ ଅଫିସ୍‌ରେ ଜବରଦସ୍ତ ଆୟ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.