ଦୁନିଆର ଏକମାତ୍ର ପ୍ରାଣୀ ଯିଏ ମହାକାଶରେ ଜନ୍ମ କରିଛି ୩୩ଟି ଛୁଆ

ଆଜି ଆମେ ଆପଣମାନଙ୍କୁ ଏକ ଏପରି ପ୍ରାଣୀ ବିଷୟରେ ଜଣାଇବୁ, ଯିଏ ମହାକାଶରେ ମଧ୍ୟ ବଞ୍ଚିବା ସମ୍ଭବ ହୋଇଛି । ଏହାର ସବୁ ଠାରୁ ବଡ କଥା ହେଉଛି ଏହି ପ୍ରାଣୀ ମହାକାଶରେ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ପୂରା ୩୩ ଟି ଛୁଆ ଜନ୍ମ କରିଛି । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ସେହି ବିଷୟରେ ଜଣାଇବୁ ଯେଉଁ ପ୍ରାଣୀ ମହାକାଶରେ ପ୍ରେଗ୍‌ନାଣ୍ଟ ହୋଇଥିଲା । 

ଆମ ବିଶ୍ୱରେ ପ୍ରାୟତଃ ଏପରି ସବୁ କିଛି ହେଉଛି, ଯାହକୁ ବିଶ୍ୱାସ କରିବା ଆମ ପାଇଁ କଷ୍ଟ  ହୋଇଯାଉଛି । ହେଲେ ଏପର୍ଯ୍ୟନ୍ତ ଆପଣମାନଙ୍କ ଜୀବନରେ ଯେଉଁ ବି କଥା ହେଉ ତାହା ସିଧାସଳଖ ଆମ ପୃଥିବୀ ସହିତ ଜଡିତ ରହିଥାଏ । କିନ୍ତୁ ଆଜି ଆମେ ଆପଣମାନଙ୍କୁ ଏକ ଏପରି ପ୍ରାଣୀ ବିଷୟରେ ଜଣାଇବୁ, ଯିଏ ମହାକାଶରେ ମଧ୍ୟ ବଞ୍ଚିବା ସମ୍ଭବ ହୋଇଛି । ଏହାର ସବୁ ଠାରୁ ବଡ କଥା ହେଉଛି ଏହି ପ୍ରାଣୀ ମହାକାଶରେ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ପୂରା ୩୩ ଟି ଛୁଆ ଜନ୍ମ କରିଛି । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ସେହି ବିଷୟରେ ଜଣାଇବୁ ଯେଉଁ ପ୍ରାଣୀ ମହାକାଶରେ ପ୍ରେଗ୍‌ନାଣ୍ଟ ହୋଇଥିଲା ।
ଜାଣନ୍ତୁ ସେ କେଉଁ ପ୍ରାଣୀ : 
ଆପଣମାନେ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମେ ଯେଉଁ ପ୍ରାଣୀ ବିଷୟରେ କଥା ହେଉଛେ ସେ ଆଉ କେଉଁ ପ୍ରାଣୀ ନୁହେଁ ବରଂ ଅସରପା । ଏହି କଥା ହେଉଛି ୨୦୦୭ର ଯେଉଁ ସମୟରେ ଋଷର ବୈଜ୍ଞାନିକମାନେ ହୋପ ନାମକ ଫୋଟନ୍‌ – ଏମ୍‌ – ବାୟୋ ସାଟେଲାଇଟ୍‌ ସାହାଯ୍ୟରେ ସେହି ଅସରପାକୁ ସ୍ଫେସ୍‌କୁ ପଠାଇଥିଲେ । ଏପରି ଭାବେ ସେହି ଅସରପା ସେଠାରେ ୧୨ ଦିନ ରହିବା ପରେ ୩୩ଟି ଛୁଆ ଜନ୍ମ ଦେଇଥିଲା । ସବୁଠାରୁ ବଡ କଥା ଏହା ଯେ ସେହି ସବୁ ଛୁଆ ଠିକ୍‌ ଭାବରେ ଖାଇବା ପିଇବା କରିବା ସହ ଭଲ ଭାବେ ରହିଥିଲେ ।
ଏହି ଅସରପା ସାଧାରଣ ଅସରପା ଠାରୁ ଭିନ୍ନ ଥିଲା : 
ସ୍ପେସ୍‌ରେ ଜନ୍ମ ହୋଇଥିବା ଅସରପା ପୃଥିବୀରେ ଜନ୍ମ ନେଉଥିବା ଅସରପାଙ୍କ ଠାରୁ ଭିନ୍ନ ଥିଲେ । ସେହି ଅସରପାଙ୍କ ଉପର ଅଂଶ ବହୁତ ହିଁ କଳା ଥିଲା । ଏହା ସହ ସେହି ଅସରପା ସମସ୍ତଙ୍କ ଠାରୁ ଭିନ୍ନ ଦେଖାଯାଉଥିଲେ ।
ଏହାର କାରଣ କ’ଣ ? 
ଯେତେବେଳେ ମହାକାଶରେ ଜନ୍ମ ହୋଇଥାବା ଅସରପାଙ୍କ ଉପରେ ବୈଜ୍ଞାନିକମାନେ ରିସର୍ଚ୍ଚ କଲେ, ସେମାନେ ଜାଣିବା ପାଇଁ ପାଇଲେ ଯେ ମାଧ୍ୟାକର୍ଷଣ ଶକ୍ତି ଯୋଗୁ ଏପରି ହୋଇଛି । ଏହି କାରଣ ରହିଥିଲା ଯେ ସେହି ଅସରପାଙ୍କ ରଙ୍ଗ ଅଧିକ କଳା ହେବାର । ବାସ୍ତବରେ ସ୍ପେସ୍‌ରେ ମାଧ୍ୟକର୍ଷଣ ଶକ୍ତି ରହିନଥାଏ, ସେଥିପାଇଁ ପୃଥିବୀରେ ଯାହା ସବୁ ହେଉଛି, ସ୍ପେସ୍‌ରେ ସେହିପରି ହୋଇ ପାରେ ନାହିଁ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.