Below header

ସାମାନ୍ୟ ଅସାବଧନତା ଚାଲିଗଲା ଦୁଇ ଦୁଇଟା କଅଁଳ ଜୀବନ

ହାତ ଧରାଧରା ହୋଇ ଖେଳୁଥିଲେ ଦୁଇ ଭାଇ ଭଉଣୀ । ଭଉଣୀ ଥିଲା ବଡ ଭାଇଟି ସାନ। ଦୁହେଁ ମିଶି ସବୁଦିନ ଭଳି ଦାଣ୍ଡ ବାହାରେ ଖେଳୁଥିଲେ । ଏମିତି କିଛି ସମୟ ବିତିଗଲା । ହେଲେ ଯେତେବେଳେ ପିଲାଙ୍କୁ ଖୋଜା ପଡିଲା ସେତେବେଳକୁ ପିଲାଙ୍କ ଖୋଜଖବର କାହା ପାଖରେ ନଥିଲା । କୁଆଡେ ଗଲେ ଦୁଇ କୁନି ପିଲା । ଚହଳ ପଡଇଗଲା ଗାଁ ସାରା । ହେଲେ କଣ ହେବ ସବୁ ସରିଥିଲା ସେତେବେଳକୁ ।

ମୟୁରଭଞ୍ଜ (କେନ୍ୟୁଜ): ହାତ ଧରାଧରା ହୋଇ ଖେଳୁଥିଲେ ଦୁଇ ଭାଇ ଭଉଣୀ । ଭଉଣୀ ଥିଲା ବଡ ଭାଇଟି ସାନ। ଦୁହେଁ ମିଶି ସବୁଦିନ ଭଳି ଦାଣ୍ଡ ବାହାରେ ଖେଳୁଥିଲେ । ଏମିତି କିଛି ସମୟ ବିତିଗଲା । ହେଲେ ଯେତେବେଳେ ପିଲାଙ୍କୁ ଖୋଜା ପଡିଲା ସେତେବେଳକୁ ପିଲାଙ୍କ ଖୋଜଖବର କାହା ପାଖରେ ନଥିଲା । କୁଆଡେ ଗଲେ ଦୁଇ କୁନି ପିଲା । ଚହଳ ପଡିଗଲା ଗାଁ ସାରା ।

ଦିନ ରାତି ହୋଇଗଲା ପରିବାର ଲୋକେ ଖୋଜି ଖୋଜି ଉଭୟଙ୍କୁ ପାଇଲେ ନାହିଁ । ଶେଷରେ ଥାନାରେ ଅଭିଯୋଗ ହେଲା । ଖବର ପାଇ ପୋଲିସ୍ ପହଁଚି ବହୁତ ଖୋଜିଲେ ହେଲେ ପାଇଲେ ନାହିଁ । ସମସ୍ତଙ୍କ ମନରେ ପ୍ରଶ୍ନ କୁଆଡେ ଗଲେ ଦୁଇ ଛୁଆ। ହେଲେ କିଏ କଣ ଜାଣିଥିଲା ସବୁଦିନ ପାଇଁ ଏଇ ଦୁନିଆ ଛାଡି ଚାଲିଯାଇଛନ୍ତି ଦୁଇ ଭାଇ ଭଉଣୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ଗାଁରେ।

ଖେଳୁ ଖେଳୁ ଦୁଇ କୁନି ଭାଇ ଭଉଣୀ ଗାଧୋଇବା ପାଇଁ ଚାଲିଯାଇଥିଲେ ପାଖ ପୋଖରୀକୁ । ସେତିକି ବେଳେ ସେଠାରେ ଜଗି ବସିଥିଲା ମୃତ୍ୟୁ। ଦେଖୁ ଦେଖୁ ପୋଖରୀ ଭିତରେ ଭାଇ ଭଉଣୀ ନେଇଗଲେ ସଲିଳ ସମାଧି । ପୋଖରୀରେ ବୁଡ଼ି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ପ୍ରଚାର ହେବା ପରେ ଏବେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏହି ଦୁଃଖଦ ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ ।

ଏପଟେ ମୃତ ଦୁଇ ଭାଇ ଭଉଣୀ ହେଲେ ସ୍ବର୍ଗତ ଲବ ମାଝୀଙ୍କ ୬ବର୍ଷ ଝିଅ ମାଲ ମାଝୀ ଓ ୨ବର୍ଷର ପୁଅ କାର୍ତ୍ତିକ ମାଝୀ। ସେମାନେ ପୋଖରୀକୁ ଗାଧେଇବା ପାଇଁ ଯାଇଥିବାବେଳେ ପାଣିରେ ବୁଡି ଯାଇଥିଲେ । ମୃତଦେହ ଉଦ୍ଧାର କରି ବାରିପଦା ସ୍ଥିତ ପିଆରଏମ ହସ୍ପିଟାଲକୁ ଅଣାଯାଇଛି।

ଦୁଇ ଦୁଇଟା ପିଲାଙ୍କୁ ହରାଇଥିବା ସେହି ବାପା ମାଙ୍କ ଅବସ୍ଥା ଯେ କଣ ହେଉଥିବ ଥରେ ଚିନ୍ତା କଲେ । ଛୋଟ ପିଲା ସେମାନଙ୍କର ବା ବୁଦ୍ଧି କେତେ । ଟିକିଏ ଅସାବଧନତା ପାଇଁ ବଡ ପରିଣାମ ଭୋଗିବାକୁ ପଡିଲା ସେମାନଙ୍କୁ । ଏଇତ ଜୀବନ କଣ ଜାଣୁଥିଲେ । ହେଲେ ଦଇବ ସହିଲା ନାହିଁ । ସେମାନଙ୍କ ଠାରୁ ସେମାନଙ୍କ ଜୀବନ ହିଁ ଛଡାଇନେଲା । ଏନେଇ ଅଭିଭାବକମାନେ ଯଦି ଟିକେ ନଜର ରଖି୍ଥାନ୍ତେ ନିଜ ପିଲାମାନଙ୍କ ଉପରେ ତାହାହେଲେ ଏଭଳି ଏକ ବଡ ଅଘଟଣରୁ ନିହାତୀ ବର୍ତ୍ତି ଯାଇପାରିଥାନ୍ତେ ପିଲାମାନେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.