Below header

ଅଭିଯୁକ୍ତକୁ ଧରିବାକୁ ଯାଇ ଆଇଆଇସିଙ୍କ ଫାଟିଲା ମୁଣ୍ଡ

କଟକ (କେନ୍ୟୁଜ୍) : ଆକ୍ରମଣରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଆଇଆଇସି ଉମାକାନ୍ତ ନାୟକ ଗୁରୁତର । ଅଭିଯୁକ୍ତର ଲୁହାଛଡ଼ ମାଡ଼ରେ ତାଙ୍କ ମୁଣ୍ଡ ଫାଟିଛି । ବାରବାଟୀ ଓଡ଼ଙ୍ଗ ଗାଁର ନେତ୍ରାନନ୍ଦ ମଲ୍ଲିକକୁ ଧରିବା ଲାଗି ଆଇଆଇସି ଉମାକାନ୍ତ ନାୟକ ଯାଇଥିଲେ । ଏହି ସମୟରେ ଅଭିଯୁକ୍ତ ନେତ୍ରାନନ୍ଦ ଏକ ଲୁହାଛଡ଼ରେ ଥାନା ଅଧିକାରୀଙ୍କୁ ଆକ୍ରମଣ କରିଥିଲା ।

police

ଗୁରୁତର ଆହତ ସତ୍ତ୍ୱେ ଅଭିଯୁକ୍ତ ନେତ୍ରାନନ୍ଦକୁ ଥାନା ଅଧିକାରୀ କାବୁ କରିଥିଲେ । ଏହି ଘଟଣାରେ ସଂପୃକ୍ତ ତାର ଦୁଇ ପୁଅଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚରା କରୁଛି । ଥାନା ଅଧିକାରୀ ଉମାକାନ୍ତ ନାୟକଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.