Below header

ପୁଣି ଚମକିଲେ ପୂଜାରା, ଟେଷ୍ଟରେ ମାରିଲେ ଶତକ

ନୂଆଦିଲ୍ଲୀ : ସିଡ୍ନୀରେ ଚାଲିଲା ଚେତେଶ୍ୱର ପୂଜାରାଙ୍କ ବଲ୍ଲା । ସିଡ୍ନୀ ଟେଷ୍ଟରେ ଦମଦାର ଶତକ ହାସଲ କରିଛନ୍ତି ପୂଜାରା । ଲଗାତର ଦୁଇଟି ଟେଷ୍ଟରେ ପୂଜାରା ଶତକ କରିଛନ୍ତି । ଏହି ସିରିଜରେ ଏହା ହେଉଛି ପୂଜାରାଙ୍କ ତୃତୀୟ ଶତକ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ପୂଜାର ୧୩୦ ରନ୍ କରି ଅପରାଜିତ ଅଛନ୍ତି । ତାଙ୍କ ସହ ହନୁମା ବିହାରୀ ୩୯ ରନ୍ କରି ଅପରାଜିତ ଅଛନ୍ତି । ପ୍ରଥମ ଦିନରେ ଭାରତ ୪ ଓ୍ଵିକେଟ୍ ହରାଇ ୩୦୩ ରନ୍ କରିଛି । ଦଳ ପକ୍ଷରୁ ମୟଙ୍କ ଅଗ୍ରଓ୍ଵାଲ ଲଗାତର ଦ୍ୱିତୀୟ ଅର୍ଦ୍ଧଶତକ କହିଛନ୍ତି । ତାଙ୍କ କ୍ୟାରିୟରର ମଧ୍ୟ ଏହା ଦ୍ୱିତୀୟ ଅର୍ଦ୍ଧଶତକ । ମୟଙ୍କ ୭୭ ରନ୍ କରି ଆଉଟ୍ ହୋଇଛନ୍ତି ।

Australia India Cricket

ସେପଟେ ପୁଣି ଭାରତକୁ ନିରାଶ କରିଛନ୍ତି ଓପନର ଲୋକେଶ ରାହୁଲ । ମାତ୍ର ୯ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ ଲୋକେଶ । ବିରାଟ କୋହଲୀ ମଧ୍ୟ ୨୩ ରନ୍ କରି ଆଉଟ୍ ହୋଇଛନ୍ତି । ପୂଜାରାଙ୍କ ଶତକ ବଳରେ ଶେଷ ଟେଷ୍ଟରେ ଏକ ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହେଉଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ ମାଟିରେ ଟିମ୍ ଇଣ୍ଡିଆ ୭୧ ବର୍ଷ ପରେ ଟେଷ୍ଟ ସିରିଜ ବିଜୟୀ ହେବାର ସୌଭାଗ୍ୟ ରହିଛି । ଏହି ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଛି କୋହଲି ବାହିନୀ । ମ୍ୟାଚ୍ ଡ୍ର ରହିଲେ ବି ଭାରତ ସିରିଜ କବଜା କରିବ ।

୧୯୪୭ରୁ ଏପର‌୍ୟ୍ୟନ୍ତ ଦୁଇ ଦେଶ ଖେଳିଥିବା ୧୧ଟି ଟେଷ୍ଟ ସିରିଜରୁ ଅଷ୍ଟ୍ରେଲିଆ ୮ଥର ବିଜୟୀ ହୋଇଥିବା ବେଳେ ୩ଟି ଡ୍ରରେ ଶେଷ ହୋଇଛି । ବିଜୟ ଖାତା ଖୋଲି ପାରିନି ଟିମ୍ ଇଣ୍ଡିଆ । ସେହିପରି ସିଡନୀରେ ୪୧ ବର୍ଷ ହେବ କୌଣସି ଟେଷ୍ଟ ମ୍ୟାଚ୍ ଜିତି ପାରିନି ଭାରତ । ୧୯୭୮ରେ ବିଷନ ସିଂହ ବେଦୀଙ୍କ ନେତୃତ୍ୱରେ ଶେଷ ଥର ସିଡନୀରେ ମ୍ୟାଚ୍ ବିଜୟୀ ହୋଇଥିଲା । ଇନିଂସ ଓ ୨ ରନର୍ ହାରିଥିଲା ଅଷ୍ଟ୍ରେଲିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.