ନୂଆ ଜିଓଫୋନରେ ଗ୍ରାହକଙ୍କୁ ମିଳିବ ୬ମାସ ପର୍ଯ୍ୟନ୍ତ ମାଗଣା ଡ଼ାଟା, ଜାଣନ୍ତୁ କିପରି

ନୂଆଦିଲ୍ଲୀ : ଟେଲିକମ୍ କମ୍ପାନି ରିଲାଏନ୍ସ ଜିଓ ନୂଆ ବର୍ଷରେ ଗ୍ରାହକଙ୍କ ପାଇଁ ଆଣିଛି ଏକ ଖାସ ଉପହାର। ଏନେଇ କମ୍ପାନି ଜିଓ ଗିଫ୍ଟ କାର୍ଡ଼ ଲଞ୍ଚ କରିଛି। ଏହାର ମୂଲ୍ୟ ୧,୦୯୫ଟଙ୍କା ରହିଥିବା ବେଳେ ଏଥିରେ ଆପଣ ଜିଓ ଫୋନ କିଣିବାର ସୁବିଧା ପାଇ ପାରିବେ। ଖାଲି ତାହା ନୁହଁ ଏହି ମୂଲ୍ୟରେ ଆପଣଙ୍କୁ ୬ମାସର ମାଗଣା ଡ଼ାଟା ମଧ୍ୟ ମିଳିବ। ତେବେ ଏହି ଅଫରଟି ଖାସ ଜିଓ ଫୋନ ପାଇଁ ରହିଥିବା ବେଳେ ଏହାକୁ ଜିଓ ଫୋନ ୨ ଏହାକୁ ଲାଗୁ କରାଯାଇ ନାହିଁ।

jio_sim

ଜିଓର ଏହି ଗିଫ୍ଟ କାର୍ଡ଼ରେ ଗ୍ରାହକ ୫୦୧ଟଙ୍କାର ଜିଓ ଫୋନ୍ କିଣିପାରିବେ। ଏପରିକି ଯଦି ଆପଣ ତିନି ବର୍ଷ ମଧ୍ୟରେ କମ୍ପାନିକୁ ଏହି ଫୋନକୁ ରିଟର୍ନ କରୁଛନ୍ତି ତେବେ ଆପଣଙ୍କୁ ଫୋନର ସଂପୂର୍ଣ୍ଣ ଟଙ୍କା ଫେରସ୍ତ ମିଳିଯିବ। ଏହା ଅର୍ଥ ମୋବାଇଲଟି ଆପଣଙ୍କ ପାଇଁ ସଂପୂର୍ଣ୍ଣ ମାଗଣା ରହିଛି।

କିପରି କରିବେ ଗିଫ୍ଟକାର୍ଡ଼ର ବ୍ୟବହାର

ଜିଓ ଫୋନ୍ ଗିଫ୍ଟ କାର୍ଡ଼କୁ ଆପଣ କେବଳ ଜିଓ ମନସୁନ୍ ହଙ୍ଗାମା ଅଫରରେ ହିଁ ବ୍ୟବହାର କରିପାରିବେ। ଏହି ଅଫରରେ ଆପଣ ୫୦୧ଟଙ୍କାରେ ଜିଓ ଫୋନ କିଣିପାରିବେ। ଏଥିରେ ଆପଣ ନିଜର ପୁରୁଣା ଫିଚର ମୋବାଇଲକୁ ମଧ୍ୟ ପରିବର୍ତ୍ତନ କରିପାରିବେ।

jio

ଜିଓ ଫୋନର ଫିଚର

ଏହି ମୋବାଇଲରେ ସିଙ୍ଗଲ ସିମ୍ ରହିଥିବା ବେଳେ ଏହା ୨.୪ ଇଞ୍ଚ ଡ଼ିସପ୍ଳେ ବିଶିଷ୍ଟ। ମୋବାଇଲରେ ପ୍ରୋସେସର ୫୧୨ଏମବି ରହିଥିବା ବେଳେ ୪ଜିବିର ଇଣ୍ଟରନାଲ ମେମୋରୀ ରହିଥିବା ବେଳେ ଏହାକୁ ପରେ ୧୨୮ ଜିବି ପର‌୍ୟ୍ୟନ୍ତ ବଢ଼ାଯାଇପାରିବ। ଫୋନରେ ୨ ମେଗାପିକ୍ସଲ ରିୟର କ୍ୟାମେରା ଏବଂ ଫ୍ରଣ୍ଟରେ ଠଏଇ କ୍ୟାମେରା ରହିଛି।

jio offer

୧୦୦ ପ୍ରତିଶତ କ୍ୟାସବ୍ୟାକ୍ ସହ ଆସିଛି ଜିଓର ଏହି ଅଫର୍ । ତେବେ ଜିଓର ଏହି ଅଫର୍ ସବୁଠାରୁ ଲୋକପ୍ରିୟ ପ୍ଲାନ୍ ୩୯୯ ଏବଂ ଏହାଠାରୁ ଅଧିକ ଟଙ୍କିଆ ପ୍ଲାନରେ ମିଳିବ । ସବୁଠାରୁ ବଡ଼ କଥା ହେଉଛି ଏହି କ୍ୟାସବ୍ୟାକ୍ ରୂପରେ ମିଳୁଥିବା କୁପନକୁ ଆପଣ ରିଚାର୍ଜ ବ୍ୟତୀତ ଅନଲାଇନ୍ ସପିଂ ସାଇଟ୍ AJIO ରେ ମଧ୍ୟ ବ୍ୟବହାର କରିପାରିବେ ।

ତେବେ ଏହି କୁପନର ଫାଇଦା ଉଠାଇବାକୁ ହେଲେ ଅତିକମରେ ୧ହଜାର ଟଙ୍କାର ସପିଂ କରିବାକୁ ପଡିବ । ଉଦାହରଣ ସ୍ବରୂପ ୩୯୯ ଟଙ୍କାର ରିଚାର୍ଜ କଲେ ଆପଣଙ୍କୁ ୩୯୯ର କ୍ୟାସବ୍ୟାକ୍ ମିଳିବ । ଏମିତିରେ AJIO ରୁ ୧୦୦୦ଟଙ୍କାର ସପିଂ କଲେ ମାତ୍ର ୬୦୧ ଟଙ୍କା ଦେବାକୁ ପଡିବ । ଜିଓର ଏହି ଅଫର୍ ସମସ୍ତ ପୁରୁଣା ଏବଂ ନୂଆ ଗ୍ରାହକଙ୍କ ପାଇଁ ଉପଲବ୍ଧ । ଏଥର ମଧ୍ୟ କୁପନ୍ ମାଇ ଜିଓ ଆପର ମାଇ କୁପନ୍ ସେକ୍ସନରେ ଦେଖିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.