Below header

ବିରଜୁ କୁଲୁ ଘରକୁ ଫେରିବାର ୩ ଦିନ ବିତିଲାଣି , ଧୀରେ ଧୀରେ ପୁରୁଣା କଥାକୁ ମନେ ପକାଉଛନ୍ତି ବିରଜୁ, ଦେଖନ୍ତୁ ତାଙ୍କ ସହ କିଛି କଥାବାର୍ତ୍ତା

କେନ୍ୟୁଜ ବ୍ୟୁରୋ : ବିରଜୁ କୁଲୁ ଘରକୁ ଫେରିବାର ୩ ଦିନ ବିତିଲାଣି । ଗତ ୧୩ ତାରିଖରେ ଘରକୁ ଫେରିବା ସମୟରେ ଠିକ ଭାବେ ବିରଜୁ କିଛି କହିପାରୁନଥିବା ବେଳେ ଏବେ ପରିସ୍ଥିତି ଭିନ୍ନ । ନିଜ ସମ୍ପର୍କୀୟ ଏବଂ ପରିବାର ଲୋକଙ୍କ ସହ ମିଶିବା ପରେ ଧିରେ ଧିରେ ପୁରୁଣା କଥାକୁ ମନେ ପକାଉଛନ୍ତି । ପିଲାଦିନର ସାଙ୍ଗ ସାଥିଙ୍କୁ ଚିହ୍ନଛନ୍ତି ବିରଜୁ ।

ତେବେ ବର୍ତ୍ତମାନ ଓଡିଆ ଠିକ ଭାବେ କହିପାରୁନଥିବାରୁ ହିନ୍ଦିରେ କଥାବାର୍ତ୍ତା କରୁଛନ୍ତି । ସେପଟେ ବିରଜୁଙ୍କ ପାଇଁ ଆଧାର କାର୍ଡ, ରାସନ କାର୍ଡ, ଅନ୍ୟାନ୍ୟ ସମସ୍ତ ସୁବିଧା ସହ ବିଜୁ ପକ୍କା ଘର ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି ପ୍ରଶାସନ । ୨୫ ବର୍ଷ ପରେ ନିକଟରେ ଜନ୍ମମାଟିକୁ ଫେରିଥିଲେ ବିର୍‌ଜୁ କୁଲୁ । ସେ ଭୁଲବଶତଃ ପାକିସ୍ତାନରେ ପହଞ୍ଚିଥିବା ବେଳେ ସେଠାରେ ତାଙ୍କୁ ଗିରଫ କରାଯାଇଥିଲା । ପାକିସ୍ତାନର କୋଟ ଲଖପତ ଜେଲରେ ୨୦ ବର୍ଷ ବନ୍ଦୀ ହୋଇ ରହିବା ପରେ କିଛି ଦିନ ତଳେ ସେ ମୁକୁଳିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.