ସେନାର କଡ଼ା କାର୍ଯ୍ୟାନୁଷ୍ଠାନ : କମାଣ୍ଡର ସହିତ ୨୨୨ ପାକିସ୍ତାନୀ ଆତଙ୍କବାଦୀ ନିହତ, ଅନୁପ୍ରବେଶକାରୀ ଆତଙ୍କିତ

ନୂଆଦିଲ୍ଲୀ : ସେନା ଓ ସାଧାରଣ ନାଗରିକଙ୍କୁ ନିଜର ଶିକାର ବନାଉଥିବା ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଫଗାନୀ ସେନାଙ୍କ କାର୍ଯ୍ୟାନୁଷ୍ଠାନ ଫଳରେ ୭୦ରୁ ଅଧିକ କମାଣ୍ଡରଙ୍କ ସହିତ ୧୫୨ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଫଗାନୀସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଏନେଇ ଏକ ତାଲିକା ଜାରି କରିଛି ।

ଏଥିସହିତ ମନ୍ତ୍ରଣାଳୟ କହିଛି ଯେ ହେଲମନ୍ଦ ଓ କାନ୍ଧାରରେ ଗୋଟିଏ ମାସ ପୂର୍ବରୁ ଆରମ୍ଭ କରାଯାଇଥିବା ଅଭିଯାନରେ ପ୍ରାୟ ୭୦ ତାଲିବାନ କମାଣ୍ଡରଙ୍କୁ ମାରି ଦିଆଯାଇଛି । ତାଲିବାନ ଆକ୍ରମଣକୁ ବିରୋଧ କରି ଆଫ୍‌ଗାନୀ ସୂରକ୍ଷାବଳ ଏହି ଅପରେସନ କରିଥିଲେ । ଏହି ଆକ୍ରମଣରେ ହେଲ୍‌ମନ୍ଦରୁ ୧୦ ଜଣ କମାଣ୍ଡର ମୃତ୍ୟୁବରଣ କରିଛନ୍ତି । ଏମାନେ ଉରୁଜଗା, କାନ୍ଧାହାର ଓ ଗଜ୍‌ନୀରୁ ଆସିଥିଲେ । ପ୍ରାୟ ୧୫୨ ପାକିସ୍ତାନୀ ଆତଙ୍କବାଦୀ ହେଲମନ୍ଦ ଅଞ୍ଚଳରୁ ଆସିଥିଲେ ।

afgani

୧୩୪ ସାଧାରଣ ନାଗରିକଙ୍କର ମୃତ୍ୟୁ

ଏହି କାର୍ଯ୍ୟାନୁଷ୍ଠାନରେ ୩୦ ତାଲିବାନୀ କମାଣ୍ଡର ନିହତ ହୋଇଛନ୍ତି । ଏହି କାର୍ଯ୍ୟାନୁଷ୍ଠାନର ନେତୃତ୍ୱ ନେଇଥିଲେ ଆର୍ମି ଷ୍ଟାଫ୍‌ ଜେନେରାଲ୍‌ ମହମ୍ମଦ ୟାସିମ୍‌ ଜିୟା । ଏବେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ଜଣାଯାଇଛି । ଗତ ୨୫ ଦିନରେ ତାଲିବାନଙ୍କ ଆକ୍ରମଣରେ ୧୩୪ ଜଣ ସାଧାରଣ ନାଗରିକ ମୃତ୍ୟୁ ବରଣ କରିଛନ୍ତି ବୋଲି ସେନା ମୁଖପାତ୍ର ସୂତ୍ରରୁ ପ୍ରକାଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.