ଦୀପାବଳି ଯିବା ପରେ ବର୍ତ୍ତମାନ ଛଟ୍ ପର୍ବ ଆସିବାକୁ ଯାଉଛି। ଚଳିତ ବର୍ଷ ଏହି ପର୍ବ ୨୦ ନଭେମ୍ବର ଦିନ ପାଳନ କରାଯିବ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ କାର୍ତ୍ତିକ ମାସ ଶୁକ୍ଳପକ୍ଷର ଷଷ୍ଠୀ ତିଥିରେ ଏହି ପର୍ବ ପାଳନ କରାଯାଇଥାଏ। ଏହି ପର୍ବ କାର୍ତ୍ତିକ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଆରମ୍ଭ ହୋଇ ସପ୍ତମୀ ତିଥିରେ ଶେଷ ହୋଇଥାଏ।
ଛଟ୍ ପର୍ବ ଭଗବାନ ସୂର୍ଯ୍ୟଙ୍କ ଉପାସନାର ପର୍ବ। ଏହା ବିଶ୍ୱାସ କରାଯାଇଥାଏ କି ସୂର୍ଯ୍ୟଦେବଙ୍କ ପୂଜା କରିବା ଦ୍ୱାରା ଉପବାସ ରଖିଥିବା ବ୍ୟକ୍ତିଙ୍କୁ ସୁଖ, ସୌଭାଗ୍ୟ ଏବଂ ସମୃଦ୍ଧି ପ୍ରାପ୍ତି ହୋଇଥାଏ। ଏହି ଦିନ କୌଣସି ନଦୀ କିମ୍ବା ପୋଖରୀରେ ଛିଡା ହୋଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯାଇଥାଏ।
ମହାଭାରତରେ ମିଳିଥାଏ ଏହି ପର୍ବର ଉଲ୍ଳେଖ
ଏହି ପର୍ବ ହିନ୍ଦୁ ଭକ୍ତିର ବଡ ପର୍ବ। ଏହି ଉପବାସ ସହ ଜଡିତ ଅନେକ ମାନ୍ୟତା ମଧ୍ୟ ରହିଛି। ଏହି ପର୍ବର ଆରମ୍ଭ ମହାଭାରତ ଯୁଗରୁ ହୋଇଛି ବୋଲି ଉଲ୍ଲେଖ କରାଯାଇଛି। ଉଲ୍ଲେଖ ଅନୁଯାୟୀ ମହାଭାରତ କାଳରେ ଯେତେବେଳେ ପାଣ୍ଡବ ନିଜର ସମସ୍ତ ରାଜପାଟ ଜୁଆରେ ହାରିଯାଇଥିଲେ ସେହି ସମୟରେ ଦ୍ରୋପଦୀ ଏହି ଚାରି ଦିନ ଉପବାସ ରଖିଥିଲେ।
ଦାନବୀର କର୍ଣ୍ଣ କରିଥିଲେ ଛଟ୍ ପୂଜା
ଏହି ପର୍ବରେ ଭଗବାନ ସୂର୍ଯ୍ୟଙ୍କ ଉପାସନା କରି ମନୋକାମନାରେ ନିଜର ରାଜପାଟ ପୂନର୍ବାର ମାଗିଥିଲେ। ଏଥିସହ ଅନ୍ୟ ଏକ ମାନ୍ୟତା ଅନୁଯାୟୀ ଏହି ଛଟ୍ ପର୍ବର ଆରମ୍ଭ ମହାଭାରତ ସମୟରୁ ହିଁ କରାଯାଉଛି। ଭଗବାନ କର୍ଣ୍ଣ ସୂର୍ଯ୍ୟଙ୍କର ପରମ ଭକ୍ତ ଥିଲେ ଏବଂ ପାଣିରେ ଘଣ୍ଟା ଘଣ୍ଟା ଛିଡା ହୋଇ ସୂର୍ଯ୍ୟଙ୍କ ଉପାସନା କରିଥିଲେ। ଯାହାଦ୍ୱାରା ଭଗବାନ ସୂର୍ଯ୍ୟ ପ୍ରସନ୍ନ ହୋଇ ତାଙ୍କୁ ମହାନ୍ ଯୋଦ୍ଧା ହେବାର ଆଶୀର୍ବାଦ ଦେଇଥିଲେ।
ରାମାୟଣରେ ଛଟ୍ ପର୍ବର ଉଲ୍ଲେଖ ରହିଛି
ପ୍ରାଚୀନ କଥା ଅନୁଯାୟୀ ମାତା ସୀତା ଛଟ୍ ପୂୂଜା କରିଥିଲେ। ପୌରାଣିକ କଥା ଅନୁଯାୟୀ ୧୪ ବର୍ଷ ବନବାସ ପରେ ଯେତେବେଳେ ଭଗବାନ ରାମ ଅଯୋଧ୍ୟା ଫେରିଥିଲେ ସେତେବେଳେ ରାବଣ ବଧ ପାପରୁ ମୁକ୍ତ ହେବା ପାଇଁ ଋଷି-ମୁନିଙ୍କ ଆଦେଶ ପରେ ରାଜସୁୟ ଜଜ୍ଞ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ମୁଗ୍ଦଲ ଋଷିଙ୍କୁ ଆମନ୍ତ୍ରଣ କରାଯାଇଥିଲା କିନ୍ତୁ ମୁଗ୍ଦଲ ଋଷି ଭଗବାନ ରାମ ଏବଂ ସୀତାଙ୍କୁ ନିଜ ଆଶ୍ରମରେ ଆସିବାକୁ ଆଦେଶ ଦେଇଥିଲେ।
ମାତା ସୀତା କରିଥିଲେ ଭଗବାନ ସୂର୍ଯ୍ୟଦେବଙ୍କ ଉପାସନା
ଋଷିଙ୍କ ଆଜ୍ଞାରେ ଭଗବାନ ରାମ ଏବଂ ସୀତା ସ୍ୱୟଂ ଏଠାକୁ ଆସିଥିଲେ ଏବଂ ତାଙ୍କୁ ଏହି ପୂଜା ବିଷୟରେ କୁହାଯାଇଥିଲା। ମୁଗ୍ଦଲ ଋଷି ମାଁ ସୀତାଙ୍କ ଉପରେ ଗଙ୍ଗା ପାଣି ଛିଞ୍ଚି ପବିତ୍ର କରିଥିଲେ ଏବଂ କାର୍ତ୍ତିକ ମାସର ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ସୂର୍ଯ୍ୟଦେବଙ୍କ ଉପାସନା କରିବା ପାଇଁ ଆଦେଶ ଦେଇଥିଲେ। ଏହାପରେ ମାତା ସୀତା ଏଠାରେ ରହି ୬ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟଦେବଙ୍କ ପୂଜା କରିଥିଲେ।