Below header

ଚର୍ଚ୍ଚାରେ ମାଲକାନଗିରି ଜିଲ୍ଲାର ମେକାନିକ୍‌ , ତିଆରି କରିଛନ୍ତି ବ୍ୟାଟେରୀ ଚାର୍ଜ ବାଇକ୍‌ ଓ ସାଇକେଲ

କେନ୍ୟୁଜ ବ୍ୟୁରୋ : ପଛୁଆ ଜିଲ୍ଲାର ଆଗୁଆ ମେକାନିକ୍‌। ବ୍ୟାଟେରୀ ଚାର୍ଜ ବାଇକ୍‌ ଓ ସାଇକେଲ ତିଆରି କରି ଚର୍ଚ୍ଚାରେ ମାଲକାନଗିରି ଜିଲ୍ଲା ଏମ୍‌ଭି-୭ ଗାଁର ଦୀଲିପ ପରଦାର। ଲକଡାଉନ ସମୟରେ ଘରେ ରହି ବ୍ୟାଟେରୀ ଚାର୍ଜ ସାଇକେଲ ଓ ବାଇକ୍‌ ତିଆରି କରିଛନ୍ତି। ବ୍ୟାଟେରୀ ଚାର୍ଜ ବାଇକ୍‌ ପଛକୁ ମଧ୍ୟ ଯାଉଛି।

ପୁରୁଣା ବାଇକ୍‌ ଇଞ୍ଜନି ଆଣି ଏଭଳି ନିଆରା ବାଇକ ତିଆରି କରିଛନ୍ତି ଦୀଲିପ । ଥରେ ଚାର୍ଜ କଲେ ବାଇକ୍‌ ୪୦ କିଲୋମିଟର ପର୍ଯ୍ୟନ୍ତ ଯାଉଛି। ଆଉ ସାଇକେଲ ଗୋଟେ ଥରରେ ୧୦ କିଲୋମିଟର ପର୍ଯ୍ୟନ୍ତ ଯାଉଛି। ଦୀଲିପଙ୍କ ଏହି ଉଦ୍ୟମ ସଫଳ ହେବା ପରେ ବାଇକ୍‌ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି। ଆଗକୁ ଏଭଳି ବାଇକ୍‌ ତିଆରି କରିବେ ବୋଲି କହିଛନ୍ତି ଦୀଲିପ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.