Below header

କିମ୍‌ସରେ ଖୋଲିଲା ପୋଷ୍ଟ କୋଭିଡ ମାତୃ ଓ ଶିଶୁ କ୍ଳିନିକ

କେନ୍ୟୁଜ ବ୍ୟୁରୋ : କରୋନାରୁ ସୁସ୍ଥ ହୋଇଥିବା ପ୍ରସୂତି ମହିଳା ଓ ସେମାନଙ୍କ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଓ ଚିକିତ୍ସା ପାଇଁ କିମ୍‌ସରେ ଏକ ପୋଷ୍ଟ କୋଭିଡ ମାତୃ ଓ ଶିଶୁ କ୍ଳିନିକ ଖୋଲିଛି। ଗତ ୮ ମାସ ମଧ୍ୟରେ ଓଡ଼ିଶାର ୩ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧରୁ ୨ଲକ୍ଷ ୯୦ ହଜାର ସୁସ୍ଥ ହୋଇସାରିଲେଣି। ଏହି ସମୟ ମଧ୍ୟରେ କିମ୍‌ସ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲରେ ୬ ହଜାର କରୋନା ଆକ୍ରାନ୍ତ ଚିକିତ୍ସିତ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ୧୫୦ ଜଣ କରୋନା ସଂକ୍ରମିତ ପ୍ରସୂତି କିମସ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ସେମାନେ ନର୍ମାଲ ଓ ସିଜରିଆନ ଡେଲିଭରି ମାଧ୍ୟମରେ ୧୫୦ ଶିଶୁଙ୍କୁ ଜନ୍ମ ଦେଇଥିଲେ । ଏମାନଙ୍କ ମଧ୍ୟରୁ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା ୨୫% ମହିଳାଙ୍କ କ୍ଷେତ୍ରରେ ଦୀର୍ଘଦିନ ଧରି ଦୁର୍ବଳତା, ହାଲିଆ ଅନୁଭବ କରିବା, ଶ୍ୱାସକ୍ରିୟାରେ ଅସୁବିଧା, କଫ, ଜ୍ୱର କିମ୍ବା ଅନ୍ୟାନ୍ୟ ଲକ୍ଷଣ ଦେଖିବାକୁ ମିଳୁଛି। ଏମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ପରବର୍ତ୍ତୀ ଚିକିତ୍ସା ପାଇଁ କିମସରେ ପୋଷ୍ଟ କୋଭିଡ ମାତୃ ଓ ଶିଶୁ କ୍ଲିନିକ ଖୋଲାଯାଇଛି।

ଏହି କ୍ଲିନିକରେ ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ଓ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞଙ୍କ ଦ୍ୱାରା ମାଆ ଏବଂ ନବଜାତ ଶିଶୁର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ସହ ଆବଶ୍ୟକ ପରାମର୍ଶ ଦିଆଯାଉଛି। ଏଠାରେ ମଧ୍ୟ ସମସ୍ତ ପ୍ରକାର ପରୀକ୍ଷା ଓ ଇମେଜିଂ ସୁବିଧା ଉପଲବ୍ଧ। ଆବଶ୍ୟକ ସ୍ଥଳେ କାର୍ଡିଓଲୋଜିଷ୍ଟ, ପାଥୋଲୋଜିଷ୍ଟ, ନିଉରୋଲଜିଷ୍ଟ କିମ୍ବା ଫିଜିସିଆନଙ୍କ ପରାମର୍ଶ ନେଇପାରିବେ। ଏହି କ୍ଲିନିକ ସମସ୍ତ କାର୍ଯ୍ୟ ଦିବସରେ ପୂର୍ବାହ୍‌ଣ ୧୦ଟାରୁ ଅପରାହ୍‌ଣ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.